ପେଶାୱର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ସୋମବାର ମସଜିଦରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ମଙ୍ଗଳବାର ୯୦କୁ ବୃଦ୍ଧି ପାଇଛି। ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରମଣ ପାଇଁ ତହରିକେ ତାଲିବାନ ନିଜକୁ ଦାୟୀ କରିଛି। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ଦ୍ବିପ୍ରହରରେ ହେଉଥିବା ନମାଜ ସମୟରେ ଆଗ ଧାଡିରେ ହୋଇଥିଲା। ଆକ୍ରମଣକାରୀ ନିଜକୁ ଉଡାଇବା  ସହ ୯୦ ଜଣଙ୍କ ଜୀବନ ନେଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ମସଜିଦର ମୌଲାନାଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ମଙ୍ଗଳବାର ସ୍ଥାନୀୟ ରେଡିଓ ନ୍ୟୁଜ ଅନୁଯାୟୀ, ପେଶାବର ବିସ୍ଫୋରଣରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ମଲବା ହଟାଇବା କାମ ଜାରି ରହିଛି। ପେଶାବର ପୁଲିସ ନିୟନ୍ତ୍ରଣ କକ୍ଷ ମୁତାବକ ୨୦୦ରୁ ଅଧିକ ଆହତଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଥିରେ ୧୦୦ ପ୍ରାୟ ୧୦୦ଜଣଙ୍କୁ ହସ୍ପିଟାଲରେ  ଚିକିତ୍ସା ଚାଲିଛି ଓ ବାକୁଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି।

ଖବର ଅନୁସାରେ, ଉଦ୍ଧାରକାରୀ ଦଳ ମଙ୍ଗଳବାର ଭୋରୁ ମସଜିଦର ଭଙ୍ଗା କାନ୍ଥ ତଳୁ ବହୁ ମୃତଦେହ ଉଦ୍ଧାର କରିଛି ଓ ଏହି କାର୍ଯ୍ୟ ଜାରି ରହିଛି। ପାକ ରାଷ୍ଟ୍ରପତି ଡା ଆରିଫ ଅଲ୍ବି ଓ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଘଟଣାକୁ ନିନ୍ଦା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ବିସ୍ଫୋରଣରେ ଶୋକ ବ୍ୟକ୍ତ କରିଛନ୍ତି।

ତେବେ ଏହା ପୂର୍ବରୁ ଗତବର୍ଷ ସହରର କୋଚା ରିସଲଦାର ଅଞ୍ଚଳରେ ଏକ ସିଆ ମସ୍‌ଜିଦରେ ଏମିତି ଏକ ବିସ୍ଫୋରଣ କରାଯାଇଥିଲା, ଯେଉଁଥିରେ ୬୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଟିଟିପି ପାକିସ୍ତାନ ସରକାର ସହ ସଂଘର୍ଷ ବିରାମରୁ ପଛକୁ ହଟିଯାଇଛି ଓ ନିଜ ଆତଙ୍କବାଦୀମାନଙ୍କୁ ସାରା ଦେଶରେ ଆତଙ୍କୀ ଆକ୍ରମଣ ପାଇଁ ନିର୍ଦ୍ଦେଶ ଜାରି କରିଛି।  ଏହି ସଂଗଠନ ୨୦୦୯ରେ ସେନା ମୁଖ୍ୟାଳୟ, ସୈନ୍ୟ ଆଡ୍ଡା, ୨୦୦୮ରେ .ମେରିଏଟ ମୋଟେଲରେ ବିସ୍ଫୋରଣ କରାଇଥିଲା। ଏହି ସଂଗଠନ ଅଲ କାଏଦାର ଅତି ନିକଟତର ଥିବା କୁହାଯାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *