ପ୍ରୟାସ ପକ୍ଷରୁ ସମୂହ ବିବାହ

ଭୁବନେଶ୍ବର:  ପ୍ରେମ ଆଗରେ ନା ପରିବାର ନା ପଇସାର ବାଧାବିଘ୍ନ । ଜାତି ଜାତକ ଯୌତୁକ ସମସ୍ୟାକୁ ବାଦ୍ ଦେଇ ଆଜି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି 25 ଦମ୍ପତି। ପ୍ରତିବର୍ଷ ପ୍ରୟାସ ପକ୍ଷରୁ ଆୟୋଜିତ ଗଣ ବିବାହ କାର୍ଯ୍ୟକ୍ରମରେ ଆଜି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି। ବାଜାଵାଣ ରୋଷଣୀ ସହ ଆସି  ବିବାହ ବନ୍ଧନରେ  ବାନ୍ଧି ହୋଇଛନ୍ତି l

ବାଜୁଥିଲା  ବାଜା ଦୁଲୁକୁଥିଲା  ରାଜଧାନୀ  ରାଜରାସ୍ତା l ରୋଷଣୀ କରି, ଡିଜେ ତାଳେ ତାଳେ ନାଚି ନାଚି ରାମ ମନ୍ଦିରରେ ପହଞ୍ଚିଥିଲେ ଏକା ଥରକେ 25 ଯୋଡ଼ା ବର।  ଏପଟେ ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ପିନ୍ଧି ସାତ ଜନ୍ମର ଜୀବନ ସାଥୀଙ୍କୁ ଅପେକ୍ଷା କରିଥିଲେ 25 ଯୋଡ଼ା କନ୍ୟା। ପ୍ରୟାସ ପକ୍ଷରୁ ଗଣ ବିବାହ ସ୍ଥଳୀ ଠାରେ ପ୍ରସ୍ତୁତ ଥିଲା ବେଦୀ। ହିନ୍ଦୁ ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ଵାରା ସଂପନ୍ନ ହୋଇଥିଲା ବିବାହ। ବିନା ଜାତି ଜାତକ ଯୌତୁକରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି 25 ଯୋଡ଼ା ବରକନ୍ୟା। ବିବାହ ପାଇ ପରିବାର  ଅର୍ଥ ବାଧକ  ସାଜିବାରୁ ପ୍ରୟାସ ସେମାନଙ୍କୁ ଏକାଠି କରିଛି।

ଅନେକ ସମୟରେ ପରିବାରର ଅସହମତି ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ପାରୁ ନାହାନ୍ତି। ଏହି ଦମ୍ପତ୍ତି ମାନଙ୍କ ବିବାହର ଦାୟୀତ୍ୱ ନେଇଛି ସାମାଜିକ ସଂଗଠନ ପ୍ରୟାସ।   ଦୀର୍ଘ 9 ବର୍ଷ ଧରି ପ୍ରତି ବର୍ଷ ଏମିତି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି ପ୍ରୟାସ।  ଏବେ ସୁଦ୍ଧା 227ଟି ବିବାହ ସମ୍ପନ୍ନ ହୋଇଥିବା ବେଳେ ଏମିତି 1 ହଜାର ବିବାହ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରୟାସ ତରଫରୁ ଆୟୋଜିତ  9ମ ସାମୂହିକ  ବିବାହ ମହୋତ୍ସବରେ ହିନ୍ଦୁ ରୀତି ନୀତି ଅନୁଯାଇ 25 ଯୋଡ଼ା ବରକନ୍ୟାଙ୍କ ବିବାହ   ସମ୍ପନ୍ନ ହୋଇଛି  l  ଖାଲି ପ୍ରୟାସ ନୁହଁ ଅନେକ ସ୍ବେଚ୍ଛାସେବୀ ବା ସମାଜସେବୀ ମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *