ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କ ସାକ୍ଷାତକାର

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। କୋଭିଡ ମହାମାରୀ ପରେ ଉଭୟ ନେତାଙ୍କର ଏହା ପ୍ରଥମ ସାକ୍ଷାତକାର। ଉଭୟଙ୍କ ମଧ୍ୟରେ ଏକ ଶନ୍ତିପୂର୍ଣ୍ଣ, ସ୍ଥିତ, ସମୃଦ୍ଧ ବିଶ୍ବ ଗଢିତୋଳିବା ଉପରେ ଆଲୋଚନା ହୋଇଛି।

ଆଜିର ସାକ୍ଷାତକାର ପରେ ମୋଦି କହିଛନ୍ତି କି, ଭାରତ-ଜାପାନ ସ୍ବତନ୍ତ୍ର ରଣନୀତି ଓ ବିଶ୍ବ ଭାଗୀଦାରୀତା ଲୋକତାନ୍ତ୍ରିକ ମୂଲ୍ୟାଙ୍କନ ଓ ଅନ୍ତରାଷ୍ଟ୍ରୀୟ ଦୃଷ୍ଟାନ୍ତ ଉପରେ ଆଇନର ଭୂମିକାର ସମ୍ମାନରେ ଆଧାରିତ। ଏହି ଭାଗିଦାରୀକୁ ଆହୁରି ମଜବୁତ କରିବା ଆମ ଦୁଇ ଦେଶର ଲକ୍ଷ୍ୟ। ଫଳରେ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତାକୁ ଅନୁକୂଳ ପରିବେଶ ମିଳିବ। ଆମ ସାକ୍ଷାତକାର ଆଉ ଏକ କାରଣରୁ ମହତ୍ବପୂର୍ଣ୍ଣ। କାରଣ, ଚଳିତ ବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି ଓ ଜାପାନ ଜି-୭ ଦିଗରେ ଆଗଉଛି। ଆମେ ନିଜ ନିଜ ପ୍ରାଥମିକତା ଓ ହିତ ଉପରେ ସାଥିହୋଇ କାମ କରିବାକୁ ଏହା ଉତ୍ତମ ଅବସର ବୋଲି କହିଛନ୍ତି ମୋଦି।

ରବିବାର କିଶିଦା କହିଥିଲେ କି, ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବିଶେଷ ରଣନୈତିକ ଓ ବୈଶ୍ବିକ ଭାଗିଦାରୀକୁ ଆହୁରି ନିବିଡ କରିବା। ଚଳିତ ବର୍ଷ ଜାପାନ ଜି-୭ର ଅଧ୍ୟକ୍ଷତା କରୁଛି, ଯେତେବେଳେ କି, ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି। ଏସମ୍ବନ୍ଧରେ ସେ ମୋଦିଙ୍କ ସହ ବିଚାରଗୁଡିକର ଆଦାନ ପ୍ରଦାନ କରିବାକୁ ଚାହୁଁଛି ଯେମିତି ଅନ୍ତରାଷ୍ଟ୍ରୀ ସମୁଦାୟରେ ଜାପାନ ଓ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କର୍ଣ୍ଣାଟକର ଏକ ଚନ୍ଦନ କାଠରେ ନିର୍ମିତ ବୁଦ୍ଧ ମୂର୍ତ୍ତି ଉପହାର ଦେଇଛନ୍ତି। ଏହି ମୂର୍ତ୍ତି ଏକ କାଠର ଜାଲି ବାକ୍ସରେ ରହିଛି।  ଏହା ବୁଦ୍ଧଙ୍କ ଧ୍ୟାନମଗ୍ନ ଷ୍ଟାଚ୍ୟୁ ହୋଇଥିବା ବେଳେ ବୁଦ୍ଧଙ୍କ ପଛରେ ଏକ ବୃକ୍ଷ ଘେରିରହିଛି। ଚନ୍ଦନ କାଠରେ ଏପ୍ରକାରର କାଠ କଳାକୃତ୍ତି କର୍ଣ୍ଣାଟକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ  ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *