LUMEX RESOURRCES PVT LTD FRAUD (ଲୁମେକ୍ସ ମହାଠକାମୀର ପୁରା ଏପିସୋଡ୍)

LUMEX LOOT VS GROUND REALITY

17/04/2023

() ଲୁମେକ୍ସ ମହାଠକେଇ ମାମଲାରେ ଅସମ୍ଭବ ନୀରବତା। ତଦନ୍ତକାରୀ ସଂସ୍ଥା ଇଓଡବ୍ଲୁ ଯଦିଓ କମିଶନରେଟ ପୁଲିସଠୁ ତଦନ୍ତଭାର ନେବାରେ ପ୍ରାୟ ମାସେ ବିତିଲାଣି। କିନ୍ତୁ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚିପାରିଲାନି ଏ ଯାଏ। ଅଭିଯୁକ୍ତଙ୍କ ପାଖରେ କେମିତି ଓ କେଉଁ ବାଟ ଦେଇ ପହଞ୍ଚିବ, ସେ ରାସ୍ତା ପାଉନି। ଯଦିଓ ରାଜୀବ ଓ ସହଯୋଗୀଙ୍କ କାରନାମାର ଯଥେଷ୍ଟ ପ୍ରମାଣକୁ ତାଳ ଦେଇ କୋର୍ଟଙ୍କ ମୋହର ସବୁ ସୂଚାଇସାରିଛି। ତା ହେଲେ ରାଜୀବଙ୍କ ସୁରକ୍ଷାକବଚ ସାଜିଛି କିଏ। ପାଓ୍ୱାର କରିଡରରେ ସୁରକ୍ଷା ଦେବାକୁ ଆଉ କେଉଁ କ୍ଷମତାଶାଳୀଙ୍କ ହାତ ଅଛି କି। ଏମିତି ତମାମ ପ୍ରଶ୍ନ ଆବୋରି ନେଇଛି ଲୁମେକ୍ସ ଏପିସୋଡକୁ।

ତଦନ୍ତ ବିଳମ୍ୱ ହେଲେ କାହାକୁ ଫାଏଦା ଅଭିଯୋଗକାରୀଙ୍କୁ ନା ଅଭିଯୁକ୍ତଙ୍କୁ ଅବଶ୍ୟ ଏ ପ୍ରଶ୍ନର ଉତ୍ତର ଅତି ସରଳ। ନିହାତି ଅଭିଯୁକ୍ତଙ୍କୁ ହିଁ ଫାଏଦା ଦେବ। ଗୋଟିଏ ପଟେ ପ୍ରମାଣ ନଷ୍ଟ କରିବାକୁ ଯଥେଷ୍ଟ ସମୟ ମିଳିବ ଆଉ ପୁଲିସ ପହଞ୍ଚିଲାବେଳକୁ ଲୋକଙ୍କୁ ଚୂନ ଲଗାଇ ହଡ଼ପ କରିଥିବା ଟଙ୍କା ବି ଆଉ ପାଖରେ ନଥିବ ଆଉ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାକୁ ହେଲେ ପୁଲିସକୁ ପ୍ରମାଣ ବି ଦରକାର। ନିବେଶକଙ୍କୁ ଠକିଥିବା ଟଙ୍କା ଫେରସ୍ତ କରିବାକୁ ହେଲେ ଠକଙ୍କ ପାଖରେ ଟଙ୍କା ବି ଥିବା ଦରକାର। କିଛି ଏମିତି ଗୋଲକଧନ୍ଦାରେ ଧନ୍ଦି ହେଉଛି ଲୁମେକ୍ସ ମହାଠକାମୀର ପୁରା ଏପିସୋଡ୍ ଯେଉଁ ବିଳମ୍ୱ କମିଶନରେଟ ପୁଲିସ କରୁଥିଲା। ସେହି ଢାଞ୍ଚା ଆପଣାଇନି ତ ଇଓଡବ୍ଲୁ।   ବଛା ବଛା ସିନିଅର ଅଫିସରଙ୍କୁ ଲଗାଇ ତଦନ୍ତର ପ୍ରତିଟି ଦିଗକୁ ଟିକିନିଖି ପରଖୁଥିବା କହି ଯେଭଳି ଭୁବନେଶ୍ୱର ଡିସିପି ସମୟ ନେଇଗଲେ। ଆଉ ତଦନ୍ତ କେଉଁ ଯାଏ ପହଞ୍ଚିଲା, ଅଭିଯୁକ୍ତଙ୍କ ଖୋଜଖବର କେଉଁଠି, ସବୁ ପ୍ରଶ୍ନର ଉତ୍ତର ଯେମିତି ଅନ୍ଧାରରେ ରହିଗଲା ଅନୁରୂପ ଭାବେ ଇଓଡବ୍ଲୁଠୁ ସେହି ଆଶା କରାଯାଉନି କାରଣ ଏଠି ଅରୁଣ ବୋଥ୍ରାଙ୍କ ଭଲି ଦକ୍ଷ ଅଫିସର ନିଜେ ମାମଲାର ଅନୁଧ୍ୟାନ କରୁଛନ୍ତି। ଅରୁଣଙ୍କ ଟ୍ରାକ୍ ରେକର୍ଡ କହୁଛି ଯେ, ତ୍ୱରିତ ଆକ୍ସନ ଲାଗି ସେ ଖ୍ୟାତି ଅର୍ଜନ କରିଛନ୍ତି। ମାମଲାର ଗଭୀରତାକୁ ଯେମିତି ମାପନ୍ତି ଠିକ୍ ସେମିତି ମାମଲାର ଗମ୍ଭୀରତାକୁ ଦେଖି ଉଚିତ୍ ପଦକ୍ଷେପ ନିଅନ୍ତି। କିନ୍ତୁ ନିଶାରାଣୀ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଏମିତି କୌଣସି ଆକ୍ସନ ଦେଖାଯାଉନି। ଏ ସମ୍ବନ୍ଧରେ ବରିଷ୍ଠ ଆଇନଜୀବି ବନ ମହାନ୍ତି କହିଛନ୍ତି ଯଦି ଇଓଡବ୍ଲୁ କେସକୁ ହାତକୁ ନେଇଛନ୍ତି ନିଶ୍ଚିନ୍ତ ସେମାନଙ୍କୁ ଗିରଫ କରିବେ ।

କାହାକୁ ରାଜୀବ ଓ ତାଙ୍କ ଗ୍ୟାଙ୍ଗ୍ ଠକିନାହାନ୍ତି। ନାମୀଦାମୀ ସଂସ୍ଥା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଚୂନ ଲଗାଇଥିବାର କାରନାମାର ସବୁ ପ୍ରମାଣ ଆଖି ଆଗରେ। ରାଜୀବ ଦାସ ସୋସିଆଲ ମିଡ଼ିଆରେ ଜ୍ଞାନ ବାଣ୍ଟୁଛନ୍ତି ହେଲେ ତଦନ୍ତକାରୀ ସଂସ୍ଥା ରାଜୀବ ସହଯୋଗୀଙ୍କୁ ଠାବ କରିପାରୁନି ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ କମିଶନରେଟ ପୁଲିସ ରାଜୀବ, ସୋନିଆ ଓ ସେମାନଙ୍କର ସହଯୋଗୀଙ୍କ ଦେହରେ ହାତ ମାରିପାରିଲାନି ସିନା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଇଓଡବ୍ଲୁରେ ସେମିତି କୌଣସି ସମ୍ପର୍କର ପ୍ରତିବନ୍ଧକ ନାହିଁ ତା ହେଲେ ବୋଥ୍ରାଙ୍କ ଟିମ୍ କାହିଁକି ଏତେ ପଛରେ ଉମାଶଙ୍କରଙ୍କୁ ବଦଳି, ୧୭ ମାସ ହେଲା କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କୁ ନିଲମ୍ୱନ ଆଦି ଦାବି ବି ବିରୋଧୀ କରିଆସୁଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍। ହାଇକୋର୍ଟ ଅଭିଯୁକ୍ତଙ୍କ ଆଗୁଆ ଜାମିନ୍ ଖାରଜ କରିସାରିଛନ୍ତି। ଅଭିଯୁକ୍ତ ରାଜୀବଙ୍କୁ ଚିଟଫଣ୍ଡ କେଳେଙ୍କାରୀରେ ସିବିଆଇ ବି ଅତୀତରେ ଘାଣ୍ଟିସାରିଛି। କହିବାକୁ ଗଲେ ରାଜୀବଙ୍କ ଟ୍ରାକ୍‌ରେକର୍ଡ  କେଳେଙ୍କାରୀର ଅନେକ ଫର୍ଦ୍ଦର ଜୀବନ୍ତ ମସାଲ୍‌, ତାହା ଜଳଜଳ କରି ଦିଶୁଛି ଏବିଷୟରେ ମତ ଦେଇଛନ୍ତି  ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

 ସବୁ ପ୍ରମାଣ ଥାଇ ବି ନିବେଶକାରୀ ନିଶାରାଣୀ ନୟାନ୍ତ ସବୁ ପ୍ରମାଣ ବିରୁଦ୍ଧରେ ଥାଇ ବି ଅଭିଯୁକ୍ତ ରାଜୀବ ତାଙ୍କ ସହଯୋଗୀ ବେଫିକର ତା ହେଲେ ଆଇନ କାହା ପାଇଁ। ଆଇନ ଉପରେ ଆସ୍ଥା ରଖିବାକୁ ମୁଖ୍ୟମନ୍ତ୍ରୀ ସେଥିଲାଗି ତ କମିଶନରେଟ ପୁଲିସ ଉପରେ ସନ୍ଦେହ ହେବାରୁ ଇଓଡବ୍ଲୁକୁ ତଦନ୍ତ ଭାର ଦେଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଥିବା ଅଭିଯୋଗକାରିଣୀଙ୍କ ଭରସାକୁ ବୋଥ୍ରା ତାଙ୍କ ଟିମ୍ ଅତୁଟ ରଖିବା ବଡ଼ ଟାସ୍କ ପାଲଟିଛି। ଦେଖିବାର କଥା, ଏହି ଟାସ୍କ ପୂରଣ କରିବାକୁ କେତେଦୂର ସମର୍ଥ ବୋଥ୍ରା ଓ ତାଙ୍କ ଟିମ୍।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *