ଜିଲ୍ଲା ନ୍ୟାୟଳୟ ପରିସରରେ ରିଜିଓନାଲ ଜୁଡ଼ିସିଆଲ ଏକାଡେମୀ ଉଦ୍‌ଘାଟିତ

ଜୟପୁର : ଗତକାଲି ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର, ଜଷ୍ଟିସ ଏସ. ତଳପାତ୍ର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟାନ୍ୟ ବିଚାରପତିଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଭି. ନରସିଂହ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ଫଳକ ଉନ୍ମୋଚନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର, ରେଜିଷ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭିଜିଲାସନ୍ସ ଜଜ ରାଜେଶ ଏକ୍କା, ପରିବାର ଅଦାଲତ ଜଜ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ-ତଥା-ସ୍ୱତନ୍ତ୍ର ପୋକସୋ ଅଦାଲତ ସି. ଏଚ. ବାସୁଦେବ ପାତ୍ର, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଇ. ବିଘ୍ନେଶ୍ୱର ରାଓ, ବରିଷ୍ଠ ଦେୱାନୀ ବିଚାରପତି-ତଥା-ସହାୟକ ଦୌରା ଜଜ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ଏମ ଏସ. ରେଖାରାଣୀ ପଣ୍ଡା , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମନ ଜେନା, ଏସ. ଡି. ଜେ. ଏମ. ସନ୍ତୋଷ କୁମାର ବାରିକ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଆଦର୍ଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅବଦଲ ଏମ. ଅଖତର, ଜିଲ୍ଲା ଓକିଲ ସଂଘ, ଜୟପୁରର ସଭାପତି, ବିରେଶ ପଟ୍ଟନାୟକ, ସମ୍ପାଦକ ଶରତ କୁମାର ମାଝୀ, ସମେତ ଜିଲ୍ଲା ଓକିଲ ସଂଘ, ଜୟପୁରର ଅନ୍ୟ ସମସ୍ତ ସଭ୍ୟ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ସହିତ ରାଜ୍ୟର ୫ ଟି ଜିଲ୍ଲାରେ ରିଜିଓନାଲ ଜୁଡ଼ିସିଆଲ ଏକାଡେମୀ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ତାଙ୍କ ଅଭଭାଷଣରେ କହିଥିଲେ ଯେ, ରିଜିଓନାଲ ଜୁଡ଼ିସିଆଲ ଏକାଡେମୀ ଖୋଲା ଯିବା ଦ୍ୱାରା ସମସ୍ତ ବିଚାର ବିଭାଗୀୟ ଦଣ୍ଡାଧିକାରୀମାନେ, ଅଦାଲତରେ କର୍ମରତ କର୍ମଚାରୀମାନେ ତଥା ଆଇନଜୀବୀ ମାନେ ସହଜରେ ଓ ସୁବିଧାରେ ବିଭିନ୍ନ ପ୍ରକାର ଆଇନ ସମ୍ବନ୍ଧୀୟ ତାଲିମ ପାଇପାରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *