ଜିଲ୍ଲା ମିଳିତ ଅମଲା ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ଭଦ୍ରକ : ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା ତଥା ସମସ୍ତ ବିଭାଗର ଅମଲାର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଯାହାକି ବିଗତ ଦିନରୁ ବିଭିନ୍ନ ଅମଲା ସଂଗଠନ ପୃଥକ୍ ପୃଥକ୍ ଭାବେ କରିଆସୁଥିଲେ । ଶ୍ରୀ ପଣ୍ଡା ଓ ଅନ୍ୟ ସଦସ୍ୟ ଜିଲାପାଳଙ୍କୁ ଆସନ୍ତା ଦିନରେ ରାଜ୍ୟ ମିଳିତ ଅମଲା ମଂଚର ଦାବି ସରକାର ଯଥାଶୀଘ୍ର ଗ୍ରହଣ କରି ନ୍ୟାର୍ଯ୍ୟ ବେତନ ପ୍ରଦାନ ନକରନ୍ତି, ତେବେ ଆଗାମୀ ୨୨ ତାରିଖ ଠାରୁ କଳା ବ୍ୟାଚ୍ ସମସ୍ତ ଅମଲା ପରିଧାନ କରିବା ସହ ତା ୧.୬.୨୩ ରିଖ ଠାରୁ ସମୂହ ଛୁଟିରେ ଯିବାକୁ ରାଜ୍ୟର ସମସ୍ତ ଜିଲାସ୍ତରୀୟ ଅମଲା ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରେସ୍ତ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ଏଣୁ ଓଡ଼ିଶା ସରକାର ଯଥାଶୀଘ୍ର ଜିଲାସ୍ତରୀୟ ଅମଲାଙ୍କ ବହୁ ପ୍ରତିକ୍ଷିତ ନ୍ୟାର୍ଯ୍ୟ ବେତନ ବୃଦ୍ଧି ଯଥା ଲେବୁଲ-୯ (୯୩୦୦+୪୨୦୦) ଦାବିକୁ ଯଥାଶୀଘ୍ର ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ନଚେତ୍ ଆସନ୍ତା ଦିନରେ ଜନସାଧାରଣଙ୍କ ସବୁକ୍ଷେତ୍ରରେ ଅସୁବିଧା ନିମନ୍ତେ ସରକାର ନିଜେ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ପଣ୍ଡା ସମସ୍ତ ସାମ୍ବାଦିକଙ୍କ ସାକ୍ଷାତକାର ସମୟରେ ଅତି ଦୁଃଖର ସହ ପରିପ୍ରକାଶ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସ୍ୱଚ୍ଛତା ଓ ସମୟାନୁବର୍ତ୍ତି ହୋଇ ଜିଲାର ସମସ୍ତ ଅମଲାମାନେ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କର ଅସମତୁଲ ବେତନ ପାଇଁ ସମସ୍ତେ ମାନସିକ ଭାବେ ବହୁଦିନରୁ ଅସନ୍ତୁଷ୍ଟ ହୋଇ ପଡିରହିଛନ୍ତି । ସରକାର ଏହି ଏକମାତ୍ର ଦାବି ଲାଗି ଯେଉଁ ପ୍ରକାର ଆଭିମୁଖ୍ୟ ପୋଷଣ କରିଛନ୍ତି, ତାହା ସମସ୍ତ ଜିଲା ଅମଲାମାନଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି । ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କାଳରେ ଜିଲାର ସବୁ ବିଭାଗର ଅମଲାମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *