ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବଜାର ହନୁମାନ ମନ୍ଦିର ପରିସରରେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ବ୍ଲକସ୍ତରୀୟ ବୈଠକ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷାଧିକାରୀ ପୁରୁଷୋ ମ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତ୍ୱନୁ କୁମାର ରାଉତ, ସମାଜସେବୀ ସୁଧାକର ରାଉତ, ବ୍ୟାଙ୍କ ପ୍ରବନ୍ଧକ ବୈଲୋଚନ ବେହୁରିଆ, ସମାଜସେବୀ ବଦ୍ରୀନାରାୟଣ ଧଳ, ସମାଜସେବୀ ସୁବ୍ରତ ଦାସ, ଗୋଲକ ଚନ୍ଦ୍ର ବେହେରା, ଅନନ୍ତ ତ୍ରିପାଠୀ ଯୋଗଦେଇ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଯଥାର୍ଥ ବୋଲି ମତପ୍ରକାଶ କରିବା ସହ ଏହା ହାସଲ କରିବାକୁ ପ୍ରଯତ୍ନ କରାଯିବାକୁ ସଙ୍କଳ୍ପ କରିଥିଲେ । ଏଥିପାଇଁ ଆଗାମୀ ୨୪ ତାରିଖରେ ଜିଲ୍ଲାବ୍ୟାପୀ ଶାନ୍ତିପୂର୍ଣର୍ ଦାବୀ ପ୍ରଦାନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଭଣ୍ଡାରିପୋଖରୀ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଶିକ୍ଷାବିତ ଚତୁର୍ଭୁଜ ପରିଡା, ବାବନ ଜେନା, ସଙ୍ଗୀତକାର ଧନେଶ୍ୱର ନାୟକ, ଯୁବନେତା ବିଜୟଶଙ୍କର ମହାନ୍ତି, କମଳାକାନ୍ତ ଜେନା, ଶିକ୍ଷାବିତ ଖଗେଶ୍ୱର ସାହୁ ପ୍ରମୁଖ ଦାବୀ ପ୍ରତି ସମର୍ଥନ ଜଣାଇ ବୈଠକରେ ଯୋଗଦେଇଥିଲେ । ପବନ କୁମାର ନାୟକ ଅତିଥି ପରିଚୟ ଓ ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now