ଜୟପୁର : ଜଳକଷ୍ଟ କୁ ନେଇ ତାଲିଲେ ମହିଳା । ଗରା ହାଣ୍ଡି ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସହ ସହ ମହିଳା ଓ ପୁରୁଷ ।ପାନିୟ ଜଳ ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତା ରୁ ଓହରିବୁ ନି ବୋଲି ଜିଦ ଧରି ବସିଛନ୍ତି ଗ୍ରାମବାସୀ । ଏକ ଘଂଟା ଧରି ରାସ୍ତା ଅବରୋଧ ହେବା କାରଣ ରୁ ଗାଡି ଚଳା ଚଳ ଠପ ହୋଇଛି । ଏତେ ସମୟ ଧରି ରାସ୍ତା ଅବରୋଧ ହୋଇଥିଲେ ବି କୌଣସି ପ୍ରଶାସନିକ ଅଧିକାରୀ ଘଟଣା ଷ୍ଟେଲ ରେ ପହଞ୍ଚି ନାହାନ୍ତି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ସହର ରେ ।ବୋରିଗୁମ୍ମା ସଦର ପଂଚାୟତ ର ପୁରୁଣା ବୋରିଗୁମ୍ମା ରେ ଲାଗି ରହିଛି ଜଳ ସଙ୍କଟ । ପୁରୁଣା ବୋରିଗୁମ୍ମା ରେ ପାଖ ପାଖି ୨୫୦୦ ପରିବାର ରହୁଛନ୍ତି ।କେବଳ ୪ଟି ନଳକୂପ ରହିଛି । ସେଥି ମଧ୍ୟରୁ ଦୁଇଟି ନଳକୂପ ରୁ ବହରୁଛି ଗୁଳି ପାଣି । ବାଧ୍ୟ ହୋଇ ଲୋକେ ପୋଖରୀ ଓ ନଦୀ ପାଣି ପିଉଛନ୍ତି । ଅନେକ ରୋଗ ର ଶିକାର ବି ହେଉଛନ୍ତୁ । ଗତ ଏକ ମାସ ତଳେ ବୋରିଗୁମ୍ମା – ବିସିଂହପୁର ଯିବା ମୁଖ୍ୟ ରାସ୍ତାକୁ ପୁରୁଣା ବୋରିଗୁମ୍ମା ନିକଟରେ ଅବରୋଧ କରିଛନ୍ତି ମହିଳାଓ ପୁରୁଷ । ପ୍ରଶାସନ ପୂର୍ବରୁ ଦେଉଥିବା ପ୍ରତିଶୃତି ପାଳନ ନ କରିବାରୁ ବ୍ଲକ ପ୍ରଶାସନ ଉପରେ ତାତି ଛନ୍ତି ମହିଳା ମାନେ । ଏଥର ପାଣି ନଦେଲେ ରାସ୍ତା ରୁ ହଟିବେନି ବୋଲି ଜିଦ ରେ ଅଟଳ ଅଛନ୍ତି ଗ୍ରାମବାସୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now