ଆଗାମୀ ମୌସୁମୀ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା,ବାତ୍ୟା ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅଧକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି । ବୈଠକରେ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁମ୍ , କାଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଲୁକାସ୍ ପ୍ରଧାନ,ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଉପାଧ୍ୟାୟ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତି ର ମୁକାବିଲା ନିମନ୍ତେ ସମସ୍ତ ବିଭାଗ ସଜାଗ ରହିବା ସଙ୍ଗେ ସଙ୍ଗେ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ଯଥେଷ୍ଟ ପୂର୍ବରୁ ନିଜ ନିଜର ବିଭାଗ କାଯ୍ୟ ଖସଡ଼ା ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଥିଲେ ।
ବୈଠକରେ କୃଷି ବିଭାଗ,ଶକ୍ତି ବିଭାଗ,ପଶୁ ସମ୍ପଦ ବିଭାଗ,ମତ୍ସା ବିଭାଗ,ଯୋଗାଣ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ଜଣ ସ୍ୱାସ୍ଥ୍ୟ ବିଭାଗ, ପୌରପରିଷଦ,ବନଖଣ୍ଡ ବିଭାଗ,ପଞ୍ଚାୟତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ ସମ୍ଭାବ୍ୟ ପରିସ୍ଥିତି ର ମୁକାବିଲା ନିମନ୍ତେ ନିଜ ନିଜ ବିଭାଗ ପ୍ରସ୍ତୁତି ଉପରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲପାଳ ଶ୍ରୀ ଉପାଧ୍ୟାୟ ଦୁର୍ଗମ ଅଞ୍ଚଳରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, କିରୋସିନି ଆଦି ଗଚ୍ଛିତ କରି ରଖିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ବିହନ, କୀଟନାଶକ ଔଷଧ ଓ ସାର ମହଜୁଦ କରି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ପୂର୍ବରୁ ଦୁର୍ବଳ ଥିବା ବନ୍ଧ ,ପୋଲ ଏବଂ ରାସ୍ତା ଯୁଦ୍ଧ କାଳୀନ ଭିତରେ ମରାମତି କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।ଏହା ବ୍ୟତୀତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ନଳକୂପ ଗୁଡ଼ିକର ବିଶୋଧନ କରିବାର ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲା ସଦରମହକୁମା ମୁଖ୍ୟ ଚିକତ୍ସାଳୟ ଓ ଡାକ୍ତରଖାନା ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବସିକ ଔଷଧ ,ORS ଓ ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ବୈଠକରେ ପୌର ପରିଷଦ ଅଧକ୍ଷା ଶାନ୍ତି ମଞ୍ଜରୀ ଦେଇ, ରିଆମାଳ ବ୍ଲକ ଚେୟାରମ୍ୟାନ ମଧୁସୂଦନ ପ୍ରଧାନ,ବିଧାୟକଙ୍କ ନୋମିନି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ ନାୟକ ପ୍ରାରମ୍ଭିକ ସୂଚନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now