ଚାପ ମୁକ୍ତ ହୋଇ କାର୍ଯ୍ୟ କରିବା ନିମନ୍ତେ କର୍ମଶାଳା

ମାଲକାନଗିରି : କର୍ମକ୍ଷେତ୍ରରେ ବେଳେବେଳେ ଅତ୍ୟଧିକ ଚାପ ସାମ୍ନା କରିବାକୁ ପଡିଥାଏ । ଯଦି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଆଯାଏ ନାହିଁ, କର୍ମକ୍ଷେତ୍ରରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ, ଏହା ସହିତ ଘରେ ମଧ୍ୟ ଅପ୍ରୀତିକରତା ଦେଖାଯାଏ । ତେଣୁ କର୍ମଚାରୀମାନଙ୍କୁ ସେମାନଙ୍କର ଭାବନା, କାର୍ଯ୍ୟ ଏବଂ ଚାପ ସ୍ତର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ମହେଶ୍ୱର ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରୁ ବ୍ରହ୍ମ କୁମାରୀ ନିଲମ୍ ଏବଂ ବ୍ରହ୍ମ କୁମାରୀ ଡଃ ରୀନା ମଂଚାସିନ ଥିଲେ । ଏହି କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ବର୍ତମାନ ସମୟରେ ମାନସିକ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ପାଲଟିଛି । ନିଜର ଚାପକୁ ନିୟନ୍ତ୍ରଣ କରି କିଭଳି କର୍ମକ୍ଷେତ୍ରରେ ଉତମ ସେବା ଯୋଗାଇ ପାରିବା ସେଥି ନିମନ୍ତେ ଏଭଳି କର୍ମଶାଳା ଆୟୋଜନ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ବ୍ରହ୍ମକୁମାରୀ ରୀନା ଶାନ୍ତିପୂର୍ଣ୍ଣ ଜୀବନଯାପନ ଏବଂ ଉତମ ଶାସନ ନିମନ୍ତେ ଆଧ୍ୟାତ୍ମିକ ଚିନ୍ତାଧାରା ଓ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ଉପସ୍ଥିତ ସଦସ୍ୟ ଚାପ ମୁକ୍ତ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ମାନସିକ ଶାନ୍ତି ପାଇଁ ସାମୁହିକ ଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ନାଏକ ଏହି କାର?୍ୟ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *