ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା କାଲି ଠାରୁ ତିନି ଦିନିଆ ନାଇଜେରିଆ ଗସ୍ତରେ ଯିବେ ଓ 30 ମଇରେ ପ୍ରତ୍ୟାବର୍ତନ କରିବେ । ସେ 29 ମଇ ତାରିଖ ଦିନ ସେଠାକାର ନବ ନିର୍ବାଚିତ ରାଷ୍ଟ୍ରପତି ବୋଲା ଅହମଦ ଟିନବୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ଏହା ପୂର୍ବରୁ 28 ମଇରେ ବର୍ତମାନର ରାଷ୍ଟ୍ରପତି ମୁହମ୍ମୁଦୁ ବୁହାରୀଙ୍କ ସହ ଆଲୋଚନା କରିବା ସହ ଏକ ସ୍ୱାଗତ ସମାରୋହରେ ସାମିଲ ହେବେ । କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେରିଆ ଗସ୍ତ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now