ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ରବିବାର ସମ୍ବଲପୁର ଗସ୍ତରେ ଯାଇ ମା ସମଲେଶ୍ୱରୀଙ୍କ ପୀଠର ବିକାଶ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି । ୫-ଟି ସଚିବ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ । ଏହାସହ ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରିଥିଲେ । ଏହି ସମୟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now