ଅଘୋଷିତ ବିଦ୍ୟୁତ କାଟ କୁ ନେଇ ନୀଳଗିରି ସେକ୍ସନ ଜେଇଙ୍କ ଉପରେ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତ କୁ ଗିରଫ ଦାବିରେ କାର୍ଯ୍ୟ ବନ୍ଦ କଲେ ନୀଳଗିରି ବିଦ୍ୟୁତ ସେକ୍ସନ କର୍ମଚାରୀ

ଭୁବନେଶ୍ୱର : ଅଘୋଷିତ ବିଦ୍ୟୁତ କାଟ କୁ ନେଇ ବାଲେଶ୍ୱର ଜିଲ୍ଲାର ନୀଳଗିରି ଟାଟା ପାୱାରର ନୀଳଗିରି ସେକ୍ସନ ଜେଇ ପାର୍ଥ ସାରଥୀ ବାରିକ ଙ୍କୁ ୧୦ ରୁ ୧୨ ଜଣ ଲୋକ ଙ୍କ୍ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ସମସ୍ତ ଅଭିଯୁକ୍ତ କୁ ଗିରଫ ସହ ନାୟ ଦାବୀରେ ନୀଳଗିରି ବିଦ୍ୟୁତ ସେକ୍ସନର୍ ସମସ୍ତ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିଥି୍ବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ବିବାହ ଭୋଜି ଖାଇ ଫେରିବା ବେଳେ ବିଦୂତ ଜେଇ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା। ଗୁରୁତର ଭାବେ ନୀଳଗିରି ଉପଖଣ୍ଡ ଚିକିତ୍ସାଲୟ ରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ରାତିରେ ନୀଳଗିରି ବିଦୂତ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ତାଙ୍କ ସହ ବିଦୂତ କର୍ମଚାରୀ ଏକ ବିବାହ ଭୋଜି ଖାଇ ଫେରିବା ବେଳେ ବରିସାହି ନିକଟ ମନସା ମନ୍ଦିର ଠାରେ କିଛି ଲୋକେ ଅଟକାଇ ବିଦୂତ କାଟ ହୋଇଥିବା ନେଇ ଯୁକ୍ତି କରିବା ସହ ଆକ୍ରମଣ କରିଥିଲେ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଏହି ମାମଲାର ତଦନ୍ତ କରି ତିନି ଜଣ କୁ ଅଟକ ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *