ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ। ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି ପରୀକ୍ଷା ଫଳ। ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶ ପାଇଛି । ଆନୁଷ୍ଠାନିକ ରେଜଲ୍ଟ ଘୋଷଣା ପରେ 2 ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀ ମାନ www.orissaresults.nic.in ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ l ତେବେ ଏ ବର୍ଷ ପୁଣି ପୁଅ ମାନଙ୍କ ତୁଳନାରେ ବାଜିମାତ କରିଛନ୍ତି ଝିଅ ମାନେ l ବିଜ୍ଞାନ ବିଭାଗରେ 78938 ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ପାସ ପ୍ରତିଶତ ରହିଛି 84.93 l ସେଥି ମଧ୍ୟରୁ ପୁଅ ମାନଙ୍କ ପାସ ହାର 84.28% ଥିବା ବେଳେ ଝିଅ ମାନଙ୍କ ପାସ ହାର 85.67% l ଯଥାକ୍ରମେ ପ୍ରଥମ ଶ୍ରେଣୀ ରେ 39573 ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ 24257 ଏବଂ ତୃତୀୟ ଶ୍ରେଣୀରେ 14852 ଛାତ୍ରଛାତ୍ରୀ ପାସ କରିଛନ୍ତି l ସେହିଭଳି 358 ଜଣ 90% ରୁ ଅଧିକ ନମ୍ବର ରଖିଥିବା ବେଳେ 291 ତି କଲେଜରେ ସତ ପ୍ରତିଶତ ରେଜଲ୍ଟ ହୋଇଛି l ନୟାଗଡ଼ ଜିଲ୍ଲାରେ ସର୍ବଧିକ 96.41% ପାସ ହାର ହୋଇଥିବା ବେଳେ ଗଜପତି ରେ ସର୍ବନିମ୍ନ 61.55%ପାସ ହାର ହୋଇଛି l
ସେହିଭଳି ଭାବରେ ବାଣିଜ୍ୟ ବିଭାଗରେ 19536 ଛାତ୍ରଛାତ୍ରୀ ପାସ କରିଥିବା ବେଳେ ପାସ ହାର ରହିଛି 81.12% l ସେଥିରୁ ପୁଅ ମାନଙ୍କ ପାସ ହାର 79.52% ଥିବା ବେଳେ ଝିଅ ମାନଙ୍କ ପାସ ହାର 83.87% ରହିଛି l ଯଥାକ୍ରମେ ପ୍ରାର୍ଥମ ଶ୍ରେଣୀରେ 7410 ଛାତ୍ରଛାତ୍ରୀ ପାସ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ 4543 ଓ ତୃତୀୟ ଶ୍ରେଣୀରେ 7492 ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି l 102 ଜଣ 90% ରୁ ଅଧିକ ମାର୍କ ରଖିଥିବା ବେଳେ 94 ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି l ବାଣିଜ୍ୟ ବିଭାଗରେ ମଧ୍ୟ ନୟାଗଡ ଜିଲ୍ଲା ସର୍ବାଧିକ 93.9% ପାସ ହାର ଥିବା ବେଳେ ବୌଦ ଜିଲ୍ଲାରେ ସର୍ବନିମ୍ନ 55.55% ପାସ ହାର ରହିଛି l ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ବିଜ୍ଞାନ ରେ 10% ଓ ବାଣିଜ୍ୟରେ 5% ରେଜଲ୍ଟ କମିଛି l ତେବେ କରୋନା ମହାମାରୀ ପାଇଁ ପ୍ରଥମ ଥର ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ମହାମରୀ ପୂର୍ବର ପରୀକ୍ଷା ତୁଳନାରେ ଭଲ ରେଜଲ୍ଟ କରିଛନ୍ତି l ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନେ ଜୁନ 10 ତାରିଖ ଠାରୁ ଡିଜି ଲକର୍ ଆପ୍ଲିକେଶନ (Diggilocker app) ମାଧ୍ୟମରେ ମାର୍କସିଟ, ପ୍ରମାଣ ପତ୍ର ନେଇପାରିବେ l ଏବଂ ସମ୍ସ ପୋର୍ଟାଲ ଆପ୍ ରେ ମଧ୍ୟ ଆଗାମୀ ଶିକ୍ଷା ବର୍ଷ ପାଇଁ ନାମ ପଞ୍ଜିକରଣ କରିପାରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଏବଂ ସଚିବ l

Naxatra News is now on Whatsapp
Join and get latest news update delivered to you via whatsapp
Join Now