ପୃଥିରାଜ ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ କଲ୍ୟାଣ ମିଶ୍ର ଙ୍କ ପରଲୋକ : ବିଭୂତି ପଡ଼ା ଶ୍ମଶାନ ରେ ଶେଷ କୃତ୍ୟ ସଂପନ୍ନ

ବଲାଙ୍ଗିର : ପୃଥିରାଜ ହାଇସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକ, ରୁଗୁଡି ପଡା ନିବାସୀ ତଥା ବଲାଙ୍ଗୀର ସହରରେ ବେସ୍ ଜଣାଶୁଣା ଚକାଡୋଳା ଔଷଧ ଦୋକାନର ପ୍ରତିଷ୍ଠାତା କଲ୍ୟାଣ ମିଶ୍ର ଆଉ ନାହାନ୍ତି। ଆଜି ସକାଳ ୫ ଘଣ୍ଟା ସମୟରେ ତାଙ୍କର ରୁଗୁଡ଼ି ପଡ଼ା ସ୍ଥିତ ବାସଭବନ ରେ ପରଲୋକ ହୋଇଛି। ତାଙ୍କର ଅନ୍ତିମ ସଂସ୍କାର ଆଜି ବିଭୂତି ପଡ଼ା ସ୍ତିଟ ଶ୍ମଶାନ ରେ ହୋଇଥିଲା। ତାଙ୍କର ପୁତ୍ର ସିଦ୍ଧାର୍ଥ ମିଶ୍ର ମୁଖଗ୍ନି ଦେଇଥିଲେ । ଅନ୍ତିମ ଦର୍ଶନ ପାଇଁ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଜ୍ଞାତି କୁଟୁମ୍ବ ପରିଜନ ମାନେ ଶବ ଧାର ରେ ଯାଇଥିଲେ । ସେ ଜଣେ ମେଳାପି, ସ୍ପଷ୍ଟବାଦୀ ଓ ସରଳ ସ୍ଵଭାବର ମଣିଷ ଭାବରେ ଭାବରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିଯୋଗ ର ଖବର ପ୍ରଚାରିତ ହେବା ପରେ ରୁଗୁଡି ପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *