ପାଳଲହଡା ଜିଲ୍ଲା ଅମଲା ମଞ୍ଚ ସଂଘ ଡାକରା ରେ ବିଭିନ୍ନ ଦଫା ଦାବି ନେଇ ଅମଲା କର୍ମଚାରୀଙ୍କ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା 

ପାଳଲହଡା –  ଜିଲ୍ଲା ଅମଲା ମଞ୍ଚ ସଂଘ ଡାକରାରେ ବିଭିନ୍ନ ଦଫା ଦାବି ନେଇ ପାଳଲହଡା ର ଅମଲା କର୍ମଚାରୀଙ୍କ ଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ସାମୁହିକ ଧାରଣା ।

ସୂଚନା ଅନୁସାରେ ଅମଲା କର୍ମଚାରୀ ମାନେ ଦୀର୍ଘ ବର୍ଷ ହେଲା ସ୍ବଳ୍ପ ଦରମା ରେ ସରକାରଙ୍କ ପାଇଁ ନିରବଚ୍ଛିନ୍ନ ଓ ସ୍ବଛତା ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଅମଲ କର୍ମଚାରୀଙ୍କ ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ଦରମା କମ ମିଳୁ ଥିବାରୁ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ବିଭିନ୍ନ ସମସ୍ୟା ଉପୁଜୁଥିବା ରୁ ପୂର୍ବରୁ ଅନେକ ଥର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସରକାର ଅମଲା କର୍ମଚାରୀଙ୍କ ପ୍ରତି  ପକ୍ଷପାତିତା କରି ଆସୁଛନ୍ତି । ଏହାର ପ୍ରତିବାଦ ରେ ଅମଲା କର୍ମଚାରୀଙ୍କ ଦରମା ବୃଦ୍ଧି ଓ ଲେବଲ 4 ରୁ ଲେବଲ 9 ଗ୍ରେଡ ପେ  4200 କୁ ବୃଦ୍ଧି କରିବା ପାଇଁ ଜିଲ୍ଲା ଅମଲା ମଞ୍ଚ ଡାକରାରେ ଆଜି ପାଳଲହଡା ଚାଳିଶ ରୁ ଉର୍ଦ୍ଧ୍ବ ଅମଲା କର୍ମଚାରୀ ଅଫିସ ଛାଡ ଆନ୍ଦୋଳନ କରିବା ସହିତ ସାମୁହିକ ଅନିର୍ଦ୍ଦିଷ୍ଟ କାଳ ପାଇଁ  ସମସ୍ତ କର୍ମଚାରୀ ଧାରଣା ରେ ସାମିଲ ରହିବେ ବୋଲି ଚେତାବନୀ ଦେଇଛନ୍ତି ଅନ୍ୟ ପଟେ ଯଦି ସରକାର ଦାବି ପୁରଣ ନ କରନ୍ତି ଏହି ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି ଅମଲା କର୍ମଚାରୀଙ୍କ ସଭାପତି ଚିକାବା ରମଣ ଦାସ ରୋକଠୋକ କହିଛନ୍ତି ।

ଏହି ଧାରଣା ରେ ସମ୍ପାଦକ ଜନ୍ମେଜୟ କିସାନ , କୋଷାଧକ୍ଷ ଶଙ୍କର ଦୟାଲ ମୁର୍ମୂ , ଉପଦେଷ୍ଟା , କୁଷଧ୍ବଜ ଦେହୁରୀ , ସଦସ୍ୟ ତରୁଣକାନ୍ତି ପ୍ରଧାନ , ସୁଜାତା ହେସା , ଗୁଲସନ ପ୍ରଧାନ ଓ ତ୍ରିଲୋଚନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *