ଭଦ୍ରକ – ଦ୍ୱିତୀୟ ଦିନରେ ଅମଲାମାନଙ୍କ ଗଣଧାରଣା

ଭଦ୍ରକ : ଶୁକ୍ରୁବାର ଦିନ ଦ୍ୱିତୀୟ ଦିନରେ ଅମଲାମାନଙ୍କ ଗଣଧାରଣା ଜାରି ରହିଛି । ଗୁରୁବାର ଠାରୁ ଶୁକ୍ରୁବାର ଦିନ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା । ଜିଲାସ୍ତରୀୟ ଅମଲା ସଙ୍ଗଠିତ ଓ ଶୃଙ୍ଖଳିତ ହୋଇ ଆନ୍ଦୋଳନ ସଫଳ କରିଛନ୍ତି । ଯାହାକି ସବୁ ବଭାଗରେ ଅମଲାଙ୍କ ମନୋବଳ ଆହୁରି ବୃଦ୍ଧି ପାଇଛି । ଆଜି ଦ୍ୱିତୀୟ ଦିନରେ ଜିଲାର ସମସ୍ତ କାର୍ଯ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଏହି ଆନ୍ଦୋଳନରେ ଜନସାଧାରଣଙ୍କ ଅସୁବିଧା ସତ୍ୱେ ସମସ୍ତ ବ୍ୟକ୍ତିବିଶେଷ ଏହା ଅମଲାଙ୍କ ନ୍ୟାର୍ଯ୍ୟ ଦାବିକୁ ସ୍ୱୀକାର କରିଥିଲେ ଓ ଏହି ବେତନ ତାରତମ୍ୟ ଖୁବ୍ଶୀଘ୍ର ସରକାର ମାନି ସରକାର ଦପ୍ତର ପୂର୍ଣ୍ଣ ରୂପେ କାର୍ଯ୍ୟ କରାଇ ସରକାରୀ ସେବା ବ୍ୟାଘାତରୁ ବିରତ ରୁହନ୍ତୁ । ଆଜି ସଭାରେ ମିଳିତ ଅମଲା ମଂଚ, ଭଦ୍ରକ ଶାଖାର ସଭାପତି ଉଦୟ ନାରାୟଣ ପଣ୍ଡା, ଆବାହକ ହେମନ୍ତ କୁମାର ପ୍ରଧାନ, ଓଡ଼ିଶା ରାଜ୍ୟ ନିବନ୍ଧନ ଅମଲା ସଂଘର ରାଜ୍ୟ ସଭାପତି ବିଭୂଦତ୍ତ ବାରିକ, ଓଡ଼ିଶା ଅମଲା ସଂଘ ଭଦ୍ରକ ସଭାପତି ଲଲାଟେନ୍ଦୁ ବେହେରା, ରାଜସ୍ୱ ଅମଲା ସଂଘ ସଭାପତି ରବିନ୍ଦ୍ରନାଥ ଦତ୍ତ, ନିବନ୍ଧନ ଅମଲା ସଂଘର ଅନ୍ୟତମ ପ୍ରମୁଖ ଅଜିତ୍ କୁମାର ଦାସ, କୋଷାଗାର ଅମଲା ସଂଘର ସଭାପତି ଶ୍ରୀରାମ ମହାନ୍ତି, ଓଡ଼ିଶା ଅମଲା ସଂଘ ସଂପାଦକ ଶରତ କୁମାର ମଲ୍ଲିକ, ରାଜସ୍ୱ ଅମଲା ସଂଘ ଭଦ୍ରକ ସଂପାଦକ ତପନ କୁମାର ସ୍ୱାଇଁ, ନିବନ୍ଧନ ଅମଲା ସଂଘ ଭଦ୍ରକ ସଂପାଦକ ଲଲାଟେନ୍ଦୁ କେଶରୀ ସାମଲ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଉଦାସୀନତାକୁ ପ୍ରଶ୍ନ କରିଛନ୍ତି । ଆଜି ସରକାରଙ୍କ ତରଫରୁ କୌଣସି ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ମତ ମଳିପାରିନାହିଁ । ଯଦ୍ୱାରା ଏହି ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଚାଲିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *