ସମବାୟ ସମିତି ସମ୍ପାଦକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ୧୪ଟି ସମିତି କାର୍ଯ୍ୟାଳୟରେ ତାଲା

ଗଞ୍ଜାମ : ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାମଂଚର ଆହ୍ଵାନ କ୍ରମେ ବୁଗୁଡ଼ା ସେବା ସମବାୟ ସମିତି ସମ୍ପାଦକ ମାନେ ଗତକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରଖିଛନ୍ତି । ସରକାରଙ୍କ ପ୍ରଦତ ୩୭ଟି ଅଦେଶକୁ କେନ୍ଦ୍ର ବ୍ୟାଙ୍କ ଅଧିକାରୀ ମାନେ କାର୍ଯ୍ୟକାରୀ କରୁନଥିବା ଯୋଗୁଁ ମହାମଂଚ ତରଫରୁ ଏହାକୁ ଘୋର ବିରୋଧ କରାଯିବା ସହ ବୁଗୁଡ଼ା ଅଂଚଳରେ ୧୪ଟି ସମିତିର ସମ୍ପାଦକ ମାନେ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ଫଳରେ ସମ୍ପୃକ୍ତ ଅଂଚଳର ଚାଷୀଙ୍କୁ ଋଣ ପ୍ରଦାନ ସାଙ୍ଗକୁ ବିହନ ଓ ସାର ଯୋଗାଣ କ୍ଷେତ୍ରରେ ବିଶେଷ ବାଧା ଉପୁଜିଛି । ସମ୍ପାଦକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଷୀ ଓ ଜମାକାରୀ ମାନଙ୍କ ଯେଉଁ କ୍ଷତି ଘଟିବ ସେଥିପାଇଁ ସରକାର ଓ ବିଭାଗୀୟ ଅଧିକାରୀ ମାନେ ଦାୟୀ ରହିବେ ବୋଲି ମହାମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *