ଗଞ୍ଜାମରେ ୨୦୨୨-୨୩ ବର୍ଷରେ ୨୧୫୩ ଅବକାରୀ ମାମଲା : ୧୮୫୪ ଜଣ ଗିରଫ

ଗଞ୍ଜାମ : ୨୦୨୨-୨୩ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲାରେ ଅବକାରୀ ମାମଲା ଓ ଗିରଫ ସଂଖ୍ୟା ବଢିଛି । ୨୦୨୧ -୨୨ ବର୍ଷରେ ଅବକାରୀ ମାମଲା ସଂଖ୍ୟା ୧୩୬୫ ଥିବା ବେଳେ ୧୧୫୯ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ୨୦୨୨-୨୩ ବର୍ଷରେ ୨୧୫୩ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୮୫୪ ଜଣ ଗିରଫ ହୋଇଥିବା ଜଣାପଡିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ୮୫,୧୬୯ ଲିଟର ରନ୍ଧା ମଦ, ୪ ଲକ୍ଷ ୬୭ ହଜାର ୨୪୦ କେ.ଜି. ପୋଚ, ୭୬.୧୯ ଲିଟର ଅପମିଶ୍ରିତ ବିଦେଶୀ ମଦ, ୪୬୯.୭ ଲିଟର ବିଦେଶୀ ମଦ ଓ ୫୮୫.୬ ଲିଟର ବିୟର୍ କୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ୨୦୨୧-୨୨ରେ ମୋଟ୍ ୨୧ଟି ଏନଡିପିଏସ କେସ୍ ରୁଜ୍ଜୁ ହୋଇଥିବା ବେଳେ ୨୦୨୨-୨୩ରେ ୬୯ଟି ଏନଡିପିଏସ ମାମଲା ସହ ୧୧୧୯ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *