ଦିବ୍ୟ ଜୀବନ ସଂଘ ପକ୍ଷରୁ ରେଳ ଦୁର୍ଘଟଣାରେ ମୃତକ ମାନଙ୍କ ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ, ରବିବାରରେ ପଥିକଙ୍କ ପାଇଁ ଦହି ପଣା ବଣ୍ଟନ

ବଲାଙ୍ଗିର : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ପକ୍ଷରୁ ବାଲେଶ୍ଵର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ମାନଙ୍କ ଆତ୍ମାର ସଦଗତି ଓ ଆହତ ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଗତକାଲି ସତସଙ୍ଗ କାର୍ଯ୍ୟକ୍ରମ ଉତ୍ସର୍ଗୀକୃତ କରିବା ସହିତ ଏକ ମାଳା ମହାମୃତୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ସଂଘର ଗୁରୁଭାଇ ଭଉଣୀ ମାନେ ଯୋଗଦାନ କରି ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି, ରାଧାବଲ୍ଲଭ ପରିଛା, ସହଦେବ ମଲ୍ଲିକ, ହେମସାଗର ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ନାୟକ ଓ ପ୍ରଭାତ ରଞ୍ଜନ ପାଣ୍ଡିଆଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ।

ଗ୍ରୀଷ୍ମ ଋତୁରେ ପଥିକ ମାନଙ୍କୁ ପ୍ରତି ରବିବାର ଦହି ପଣା ବଣ୍ଟନ କ୍ରମରେ ଆଜି ସକାଳ ଆଠଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନୂତନ ବସ ଟର୍ମିନାଲ ପରିବହନ କାର୍ଯ୍ୟାଳୟ ଛକରେ ପଥିକ ମାନଙ୍କୁ ଦହି ପଣା ବଣ୍ଟନ କରାଯାଇଥିଲା। ସଦସ୍ୟ ଓ ସଦସ୍ୟା ମାନେ ଶ୍ରମ ଓ ସହଯୋଗରେ ପଥିକ ମାନଙ୍କୁ ଦହି ପାଣି ଯୋଗାଇ ଦେଉଥିବା ବେଳେ ତୃଷାର୍ତ୍ତ ମାନଙ୍କ ତୃଷା ନିବାରଣ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *