ଭୁବନେଶ୍ୱର : ମାଧ୍ୟମିକ ବିଦାଳୟ ସ୍ତରରେ କାର୍ଯ୍ୟରତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଦୁଇ ଦିବସୀୟ ରାଜସ୍ତରୀୟ ପ୍ରଶିକ୍ଷଣ ଶିବିର (ଚତୁର୍ଥ ବ୍ୟାଚ), କଳିଙ୍ଗ ଷ୍ଟାଡ଼ିୟମ, ଭୁବନେଶ୍ୱରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କୁ ମାନବୀୟ ମୂଲ୍ୟବୋଧ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବେ ଗଢ଼ି ତୋଳିିବାରେ ପ୍ରତିଟି ଶିକ୍ଷକ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଭଗବାନ ବେହେରା ଆଦି ଅତିଥିମାନେ ଉପସ୍ଥିତ ଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶନରେ ତଥା କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ତଥା ଅନୁଭବି ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଧନକର୍ମୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପ୍ରଶିକ୍ଷକମାନଙ୍କ ମଧ୍ୟରେ କ୍ରୀଡ଼ା ତଥା ଯୁବସେବା ବିଭାଗର ବୈଷୟିକ ନିର୍ଦ୍ଦେଶକ ଲେପଫନାଂଟ କର୍ଣ୍ଣେଲ ଏ. ରାଜେଶ, କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ଖେଳବିଜ୍ଞାନ ବିଶେଷଜ୍ଞ ପ୍ରଫେସର ଡ. ସୌମିତ୍ର ମଣ୍ଡଳ, ପି. ଧର୍ମାରାଓ, ରାଜେନ୍ଦ୍ର ପ୍ରସାଦ ପାଣି, ଡ. ଦିନେଶ, ଚନ୍ଦ୍ରକାନ୍ତ ବାରିକ ଆଦି ଅନ୍ୟତମ ଅଟନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ୱ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୮୦ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦାନ କରିଛନ୍ତି ।
କ୍ରୀଡା ଓ ଯୁବସେବା ବିଭାଗର ବଳିଷ୍ଠ ସହଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଶାରୀରିକ ଅଭିବୃଦ୍ଧି ଓ ବିକାଶ, ଶାରୀରିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାର ଉପାୟ, ଖେଳ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା, ଖେଳରେ ନୈତିକତା, ଯୋଗାସନ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା, ତଥା ଖେଳରେ ଦୁର୍ଘଟଣାକୁ ରୋକିବାର ବିଭିନ୍ନ ଉପାୟ, ଖେଳରେ ବିଭିନ୍ନ ସୁବିଧା ସୁଯୋଗ (କ୍ୟାରିଅର) ଇତ୍ୟାଦି ଅନେକ ଯୁଗୋପଯୋଗୀ ବିଷୟମାନଙ୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now