ଜୟପୁର : ନିଖିଳ ଓଡିଶା ଏମ.ଡି.ଏମ. ପାଚିକା ସହାୟିକା ସଂଘ ଜୟପୁର ବ୍ଲକ କମିଟି ତରଫରୁ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୟପୁର ରଜାନହର ଠାରୁ ଏକ ଶୋଭାଯାତ୍ରା ବାହାରି ଗୋଷ୍ଠି ଶିକ୍ଷାଧିକାରିଙ୍କ କାଯ୍ୟାଳୟରେ ପହଞ୍ଚି ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରି ଗୋଷ୍ଠି ଶିକ୍ଷାଧିକାରି ମୃତ୍ୟୁଞ୍ଜୟ ପଣ୍ଡାଙ୍କୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି ।
ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପାଚିକା ମାନଙ୍କୁ ସରକାରୀ କର୍ମଚାରି ମାନ୍ୟତା ଓ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦଶ ମାସ ବଦଳରେ ୧୨ ମାସର ପ୍ରାପ୍ୟ ପ୍ରଦାନ କରାଯାଉ, ବର୍ଷକୁ ଦୁଇ ଯୋଡା ଶାଢୀ, ବ୍ଲାଉଜ ପ୍ରଦାନ କରାଯାଉ, ୬୦ ବର୍ଷ ପରେ ଛଟେଇ ହେଉଥିବା ପାଚିକା ମାନଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଉ, ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ସଂଖ୍ୟା ଭିତ୍ତିରେ ପାଚିକା ମାନଙ୍କୁ ନିଯୁକ୍ତି ଦିଆଯାଉ, ବାର୍ଷିକ ଅତି କମରେ୧୫ ଦିନ ଛୁଟି ମଞ୍ଜୁର କରିବା ସହ ପ୍ରସୁତିକାଳୀନ ଛୁଟି ମଞ୍ଜୁର କରାଯାଉ, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ଦେବା ସହ ସର୍ବନିମ୍ନ ମଜୁରି ପ୍ରଦାନ କରାଯାଉ, ଗତ ୧.୧୨.୨୦୦୯ ତାରିଖ ଠାରୁ କେନ୍ଦ୍ର ସରକାର ପାଚିକା ସହାୟିକା ମାନଙ୍କର ପ୍ରାପ୍ୟ ଏକ ହଜାର ଟଙ୍କା ସ୍ଥିର କରିଥିଲେ ମଧ୍ୟ ୩୧.୩.୨୦୧୨ ଯାଏ ପାଚିକା ସହାୟିକା ମାନଙ୍କୁ ୬ ଶହ ଓ ୪ ଶହ ଟଙ୍କା ଲେଖାଏଁ ପୈଠ କରାଯାଇଛି । ଏଣୁ ଏମାନଙ୍କର ୨୮ ମାସର ବକେୟା ଟଙ୍କା ପୈଠ କରାଯାଉ, ସ୍କୁଲରେ ଛାତ୍ରଛାତ୍ରୀ କମ ଥିବା ଓ ସ୍କୁଲ ମିଶ୍ରଣ ଯୋଗୁଁ ପାଚିକା ସହାୟିକା ମାନଙ୍କୁ ବାହାର କାରାଯାଇଛି ସେମାନଙ୍କୁ ବ୍ଲକ ମଧ୍ୟରେ ଖାଲିଥିବା ସ୍ଥାନରେ ନିଯୁକ୍ତି ଦିଆଯାଉ ଆଦି ଦାବି ରହିଛି ।
ଏହି ଶୋଭାଯାତ୍ରାରେ ଯୁଧିଷ୍ଠିର ରାଉଳ, ଉତ୍ତମ ମଲ୍ଲିକ, ସତ୍ୟବ୍ରତ ନନ୍ଦ, ରାମକୃଷ୍ଣ ଦାସ ପ୍ରମୁଖ ସାମିଲ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now