ଓଡ଼ିଶାଖୋର୍ଧା

ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଂଚର ଜରୁରୀ ବୈଠକ

ଖୋର୍ଦ୍ଧା : ୪୨୦୦ ଗ୍ରେଡ ପେ’ଦାବୀ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଂଚର ଅଧ୍ୟକ୍ଷ ଆଶୋକ କୁମାର ପଣ୍ଡାଙ୍କ ଆହ୍ୱାନକ୍ରମେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ଟାଙ୍ଗି, ଚିଲିକା ଓ ବାଣପୁର ଆଦି ସାତଟି ବ୍ଲକର ୧୦୦ରୁ ଉର୍ଦ୍ଧ ଅମଲାମାନେ ଏଥିରେ ଯୋଗ ଦେଇଥିଲେ । ତେବେ ଏହି ବୈଠକରେ ଅମଲାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ସରକାର ଯଦି ଆସନ୍ତା ୨୧ ତାରିଖ ମଧ୍ୟରେ ଅମଲାମାନଙ୍କର ଏକମାତ୍ର ଦାବି ୪୨୦୦ ଗ୍ରେଡ ପେ’ ବିଚାରକୁ ନ ନିଅନ୍ତି । ତେବେ ଆସନ୍ତା ୨୨ ତାରିଖରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯିବ । ଏପରିକି ଜୁନ ପହିଲାରୁ ସମୂହ ଛୁଟିରେ ଯାଇ ଜିଲ୍ଲାର ସମସ୍ତ ଦପ୍ତରକୁ ଅଚଳ କରିଦିଆଯିବା ପାଇଁ ଚେତାବନୀ ଦିଆଯାଇଛି ।

ଏହି ବୈଠକରେ ଗୋବର୍ଦ୍ଧନ ପରିଡ଼ା, ସୁରମ୍ୟ ରଞ୍ଜନ ପ୍ରଧାନ, ଲଲାଟେନ୍ଦୁ କର, ସବ୍ୟସାଚୀ ଧଳ, ମନୋରଞ୍ଜନ ପଣ୍ଡା, ଅର୍ଜ୍ଜୁନ ମହାରଣା, କଳ୍ପନା ପରିଡ଼ା, ବାବୁଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

Back to top button