ମୋ ଘର ଯୋଜନା ସଫଳ ରୁପାୟନ ଉପରେ ବୈଠକ

ଜୟପୁର : ଓଡିଶା ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ ମୋ ଘର ଯୋଜନାର ସଫଳ ରୁପାୟନ ନିମନ୍ତେ ଏକ ବ୍ଲକ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକ ପରିସରରେ ଆୟୋଜିତ ଏହି ବୈଠକରେ ଉପ ଜିଲାପାଳ ବେଦବର ପ୍ରଧାନ, ବିଡିଓ ରାଜୀବ ଦାସ, ତହସିଲଦାର ସାଗରିକା ଷଡଙ୍ଗି, ଡିଏସଆର ନିଳାମ୍ବର ପୁଜାରୀ, ଜିପିଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ମୋ ଘର ଯୋଜନାରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୁଣ୍ଣିକରଣ ତଥା ଉନ୍ନତିକରଣ ନିମନ୍ତେ ଯେପରି ଅଧିକରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରି ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ହିତାଧିକାରିଙ୍କୁ ଋଣ ଯୋଗାଇବା, ମାଗଣା ଜମି ବନ୍ଧକ ରଖିବା, ଇସି ମାଗଣା ଦେବା ଆଦି ଉପରେ ଆଲୋଚନା କରାଯାଇଥିଲା ।

ବୈଠକରେ ବ୍ୟାଙ୍କ ର ପରିଚାଳକ, ବ୍ୟାଙ୍କ ମିତ୍ର, ଓଲଏମ ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *