ବଲାଙ୍ଗିର : କୁଲୁତା ସମାଜ ବଲାଙ୍ଗିର ଅଫିସରେ ଏକ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ କୁଲୁତା ସମାଜ ବଲାଙ୍ଗିରର କର୍ମକର୍ତ୍ତା ତଥା ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ସଭାରେ ରବିନ୍ଦ୍ର କୁମାର ପଧାନ କୁଲୁତା ସମାଜ ବଲାଙ୍ଗିରର ସଭାପତି ସଭାପତିତ୍ଵ କରିଥିଲେ । ବେଲାରସିଂ ଭୋଇ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜର ସଭାପତି ମହୋଦୟ ମୁଖ୍ୟ ଅତିଥି ରୂପେ ମଂଚାସିନ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରୁପକ କୁମାର ପଧାନ, ପି. ପର୍ଶୁରାମ ପଧାନ, ନି. ଇନ୍ଦିରାନଗରଙ୍କୁ ତାଙ୍କର ଓଡିଶାରେ ନିକଟ ଅତିତରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା କରାଗଲା ଓ ମୃତାହତ ବ୍ୟକ୍ତିମାନଙ୍କର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କୁଲୁତା ସମାଜ ପାଇଁ ଗୌରବାନ୍ୱିତ କାର୍ଯ୍ୟ ତଥା ଯୁବ ସମାଜ ପାଇଁ ପ୍ରେରଣାଦାୟକ ବୋଲି ଉପସ୍ଥିତ ସଭ୍ୟ ସଭ୍ୟାମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାରେ ସଭାପତି ରବିନ୍ଦ୍ର ପଧାନ, ମୁଖ୍ୟ ଅତିଥି ବେଲାରସେନ ଭୋଇ, ଶାନ୍ତନୁ ଭୋଇ, ଉପସଭାପତି ଜ୍ୟୋସ୍ନା ପଧାନ, ସୁଜାତା ପଧାନ, ସହ ସଂପାଦକ ମଧୁ ସାହୁ, ପୂର୍ବତନ ସଭାପତି ରାହାସ ବିହାରୀ ମାଝି ଓ ଅନ୍ୟମାନେ ରୂପକ ପଧାନଙ୍କ ଏପରି ମାନବିକତାପୂର୍ଣ୍ଣ ଓ ସ୍ଵତଃପ୍ରବୃତ୍ତ ସାମାଜିକ ସେବା କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିବା ସହିତ ଏପରି ସମାଜ ସେବା କାର୍ଯ୍ୟରେ କୁଲୁତା ସମାଜର ସମସ୍ତ ସଭ୍ୟ ସଭ୍ୟା ଅଂଶଗ୍ରହଣ କରି କୁଲୁତା ସମାଜ ପାଇଁ ଗୌରବ ଆଣିବାକୁ ଉଦ୍ବୋଧନ ଦେଇଥିଲେ । ରୁପକ ପଧାନଙ୍କୁ ତାଙ୍କର ଏପରି ମାନବିକତାପୂର୍ଣ୍ଣ କାମ ପାଇଁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଗଲା । ଶେଷରେ ସଭାପତିଙ୍କ ଆଦେଶରେ ସଂପାଦକ ବିଦେଶୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସଭା ସାଙ୍ଗ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ, ଯୁବ ସାମୁଖ୍ୟ ସୁଦର୍ଶନ ସାହୁ, ସଞ୍ଜିବ କୁମାର ଶାମଲ, ରବିନ୍ଦ୍ର ପଧାନ, ସୁନିଲ ମାଝି, ଲଳିତ ପଧାନ, ବଳରାମ ସାହୁ, ଚୈତନ୍ୟ ସା, ଶ୍ରୀନିବାସ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now