ବ୍ୟାଙ୍କରେ ଲାଗିଲା ନିଆଁ ଲାଗି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପାତ୍ର ନଷ୍ଟ ଅଗ୍ନିଶମ ବାହିନୀ ନିଆଁକୁ କଲେ ଆୟତ୍ତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ କାଗଜ ପାତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ ଛଅ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାଟିକୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ସ୍ଥାପନ କରାଯାଇଥିଲା । ସଖାଟି ଏକ ଭଡା ଘରେ ଚାଲିଥିବା ବେଳେ ରବିବାର ବ୍ୟାଙ୍କ ଚୁଟିଥିଲା ଓ ବ୍ୟାଙ୍କ ର ରେକର୍ଡ ରୁମ ରେ ଥିବା ଏସି କୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦକରି ଚାଲିଯାଇଥିଲେ । ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରୁ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ କରିଥିଲେ । ତେବେ ବ୍ୟାଙ୍କର ରେକର୍ଡ ରୁମ୍ରେ ଲାଗିଥିବା ଏସି ରୁ ସାର୍ଟ ସର୍କିଟ ହୋଇ ରେକର୍ଡ ରୁମରେ ଥିବା କାଗଜପତ୍ରରେ ନିଆଲଗି ଯାଇଥିଲା । ଅନ୍ୟପଟେ ନିଆଲାଗିବା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ସଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେରଙ୍କ ସହ ଗୋଛାପଡା ସରପଂଚ ଯୁଗାନ୍ତ କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡା ରେ ଥିବା ସେବାଛାସେବୀ ସଂଗଠନ ଆପଦ ମିତ୍ରର କର୍ମକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *