ଭୁବନେଶ୍ୱର : ଭାରତୀୟ ଜନତାପାର୍ଟିର ଜାତୀୟ ସଭାପତି ଜେପି ନଡ୍ଡା ଓଡ଼ିଶାର ଜନସାଧାରଣଙ୍କ ବିକାଶ ବା ରାଜ୍ୟର ସାମଗ୍ରିକ ବିକାଶ ପାଇଁ କୌଣସି ସ୍ୱତନ୍ତ୍ର ଖସଡ଼ା ନେଇ ଆସିନଥିଲେ । ସେ ନିଜ ଦଳର ଦୁର୍ବଳ କର୍ମୀ ଓ ନେତାମାନଙ୍କ ମନରେ ପ୍ରାଣ ସଞ୍ଚାର କରିବାପାଇଁ ଆସିଥିଲେ । ଦଳ ଭିତରେ ଥିବା ଗୋଷ୍ଠି କନ୍ଦଳକୁ ଦୂର କରିବାପାଇଁ ତାଙ୍କର ଏ ଗସ୍ତ ବୋଲି ତାଙ୍କ ଉକ୍ତିର ସ୍ପଷ୍ଟ ପ୍ରମାଣିତ ହେଉଛି । ନଡ୍ଡାଙ୍କ କଂଗ୍ରେସ ଦଳ ପ୍ରତି ଅଶାଳୀନ ମୁର୍ଖ ମନ୍ତବ୍ୟକୁ ଅତି କଡ଼ା ଭାଷାରେ ସମାଲୋଚନା କରିବା ସହ୧୮ ଟି ପ୍ରଶ୍ନର ଉତର ରଖିବାକୁ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁଗୋ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ସମୟରୁ ଚାଲୁଥିବା କେତୋଗୋଟି ଯୋଜନାକୁ କେନ୍ଦ୍ର ବିଜେପି ସରକାର ବନ୍ଦ କରିଛି ଏବଂ କାହିଁକି ? ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର ସମୟରେ ୬୩.୫ % ବଜେଟ୍ର ଅନୁଦାନ ରାଜ୍ୟମାନଙ୍କୁ ଦିଆଯାଉଥିଲା । ଏବେ ତାହାର ପରିମାଣ କମି ୫୪.୭୫ କୁ ପହଂଚିଲାଣି । ଦେଶରେ ବିଭିନ୍ନ ରାଜ୍ୟରେ ସିବିଆଇ ଓ ଇଡି ଚଢ଼ାଉ କେତେ ରାଜନେତାଙ୍କ ଉପରେ କରିଛି ଆଉ ଏ ରାଜ୍ୟରେ କେତେ ଥର କରିଛି? କାହା ଉପରେ? କେତେ ଥର ପ୍ରହଶନ କରିଛି? ଚିଟଫଣ୍ଡ, ଖଣିଦୁର୍ନୀତି ଓ ବ୍ଲାକରୋଜ ବୁଡ଼ିଯିବା ଘଟଣାର ତଦନ୍ତର ଗତି କୁଆଡ଼େ? ଇଡି, ସିବିଆଇ ଏ ରାଜ୍ୟକୁ ଟୁରିଜିମ ପାଇଁ ଆସନ୍ତି । କିନ୍ତୁ ଓଡ଼ିଶାର ଜନସାଧାରଣଙ୍କୁ ନ୍ୟାୟ ଦେବାପାଇଁ ନୁହେଁ । ବିଜେପି ସରକାର ବୋଧହୁଏ ପ୍ରମାଣିତ କରୁଛି ଓଡ଼ିଶା ସରକାର ସବୁ ଠିକ୍ଠାକ ଚାଲିଛି ଏଠି କିଛି ଦୁର୍ନୀତି ହୋଇନାହିଁ ବା ହେଉନାହିଁକି? ଏ ରାଜ୍ୟ ସରକାର କ’ଣ ପୂର୍ଣ୍ଣ ଦୁର୍ନୀତିମୁକ୍ତ କି? ଯଦି ନୁହେଁ ତାହାଲେ ଗିରଫ ସଂଖ୍ୟା କେତେ? ଯଦି ଏ ରାଜ୍ୟରେ ଆଉଟସୋସିଂ ଦ୍ୱାରା ଶାସନ ଚାଲିଛି ବୋଲି କୁହାଯାଉଛି ତାହାଲେ ଯେଉଁ କତିପୟ ସର୍ବଭାରତୀୟ ସେବା ଅଧିକାରୀମାନେ କେନ୍ଦ୍ର ବିଜେପି ଓ ଓଡ଼ିଶା ବିଜେଡ଼ି ସରକାର ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ସେମାନଙ୍କ ନାମ ପ୍ରକାଶ କରିବେ କି? ଏ ପର୍ଯ୍ୟନ୍ତ ଯେଉଁ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀମାନେ ନିଜ ଚାକିରୀ ଆଇନର ସର୍ତାବଳୀକୁ ମାନୁ ନାହାନ୍ତି ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଟାରମିକ ମନ୍ତ୍ରଣାଳୟ କି ପଦକ୍ଷେପ ନେଇଛି? ନା କେବଳ ଉଭୟ ଦଳର ବ୍ୟବସାୟ ବୃଦ୍ଧି ପାଇଁ ସେମାନଙ୍କୁ ବ୍ୟବହାର କରାଯାଉଛି । ମୋଦି ଓ ସାହା ସରଙ୍କାର ଜନବିରୋଧି ନୀତି ଓ ନିଷ୍ପତି ସତ୍ୱେ କାହଁକି ରାଜ୍ୟ ସରକାର କେନ୍ଦ୍ର ବିଜେପି ସରକାରର ସମସ୍ତ ଅପକର୍ମକୁ ସମର୍ଥନ ଦେଉଛନ୍ତି ଏଥିରେ କ’ଣ ସ୍ୱାର୍ଥ ରହିଛି କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ ସମସ୍ତ ଦୁର୍ନତୀ ସତ୍ୱେ କେତେଥର ପୁରସ୍କୃତ କରିଛନ୍ତି । ରାଜ୍ୟରେ ବିଶ୍ୱସ୍ତରୀୟ ବ୍ୟବସ୍ଥା କରିବାପାଇଁ କେତେଥର ଘୋଷଣା କରାଗଲାଣି? ଓ ୯ବର୍ଷ ଭିତରେ ଏ ସମସ୍ତ ଯୋଜନା ରୂପାୟନ ହୋଇନାହିଁ କାହିଁକି? ରାଜ୍ୟର ଖଣି ଖାଦାନ ଲୁଟରେ ରାଜ୍ୟ ସରକାରଙ୍କୁ କି କି ସାହାଯ୍ୟ କେନ୍ଦ୍ର ଦେଇଛି । ସେହିଭଳି ଭାବରେ ଭାରତବର୍ଷରେ ଗତ ୧୦ ବର୍ଷ ଭିତରେ ଅର୍ଥନୈତିକ ଅଭିବୃଦ୍ଧିର ଉପସ୍ଥାପନ କରିବେକି? ଗତ ୯ବର୍ଷ ଭିତରେ ଦେଶ ଉପରେ ଏତେ ଋଣଚାପ କାହିଁକି ବଢ଼ୁଛି? ଭାରତ ସ୍ୱାଧୀନତା ଠାରୁ ଆରମ୍ଭ କରି ୨୦୧୪ ମସିହା ପର୍ଯ୍ୟନ୍ତ ଭାରତ ସରକାରଙ୍କର ସମୁଦାୟ ଋଣ ୫୫.୮୭ ଲକ୍ଷ କୋଟି ଥିବା ବେଳେ ଏହି ୯ବର୍ଷ ଭିରେ ଋଣ ପରିମାଣ ୧୫୫.୩୧ କୋଟିକୁ ପହଞ୍ଚଛି ଅର୍ଥାତ ଋଣ ତିନିଗୁଣା ବୃଦ୍ଧି ପାଇଛି । ୫ ଟ୍ରିଲିୟନ ଅର୍ଥନୀତିର ଯେଉଁ ସ୍ୱପ୍ନ ଦେଖାଯାଇଥିଲା ତାହା କାହିଁକି ଶୁଭୁନାହିଁ କି ଦେଖାଯାଉ ନାହିଁ । ମିଛ ବଖାଣିବା, ମିଛକୁ ବାଣ୍ଟିବା ଏ ଦଳର ନେତାମାନଙ୍କର ଏକମାତ୍ର କାମ । ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧିକୁ ରୋକାଯାଇ ପାରିଲାନାହିଁ । ପେଟ୍ରୋଲ, ଡିଜେଲ, ଗ୍ୟାସ, ଡାଲି ଓ ଖାଇବା ତେଲର ଦର କେଉଁଠି । ମଧ୍ୟମବର୍ଗ ଆୟକାରୀଙ୍କ ସଂଖ୍ୟା ଏତେ ପରିମାଣରେ କମିବାରେ କାରଣ କ’ଣ । ଭାରତବର୍ଷରେ ରେଳ ଦୁର୍ଘଟଣା ପୂର୍ବ ଅପେକ୍ଷା ୪ଗୁଣ ବୃଦ୍ଧି ପାଇବା କ’ଣ ସୂଚାଉଛି । ଦେଶର ଚାଷ ଓ ଚାଷୀର ଅଧୋଗତି ଏହି ୯ ବର୍ଷରେ ଅତ୍ୟନ୍ତ ନିଚସ୍ତରକୁ ଚାଲିଯାଇଛି କାହିଁକି? ଏହାର ଉତର ନିଶ୍ଚୟ ବିଜେପି ଦଳର ନେତୃବର୍ଗ ରଖିବେ ବୋଲି । ପ୍ରଦେଶ କଂଗ୍ରେସର ବରିଷ୍ଠ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ କହିଲେ ଯେ ରୋମ ଜଳୁଥିବା ବେଳେ ମୀର ବଂଶୀବାଦନ କରୁଥିଲେ । ଠିକ୍ ସେହିଭଳି ଭାବରେ ଆଜକୁ ମାସକାଳ ମଣିପୁର ଜଳୁଛି ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି କିନ୍ତୁ ପ୍ରଧାନମନ୍ତ୍ରୀ ଏ ଘଟଣାର ଆଶୁ ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଚିନ୍ତାଜନକ । ଏପରିକି ସର୍ବଦଳୀୟ ବୈଠକ ନଡାକିବା, ରାଜନୈତିକ ଦଳର ନେତୃବୃନ୍ଦମାନଙ୍କୁ ମଣିପୁର ଯିବାକୁ ନଦେବା ସ୍ପଷ୍ଟ ଭାବରେ ସୂଚାଉଛି ପ୍ରଧାନମନ୍ତ୍ରୀ ଓ ତାଙ୍କ ଦଳର ଗଣତନ୍ତ୍ର ପ୍ରୀତି ଓ ଅଙ୍ଗୀକାର ବଦ୍ଧତା । ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଅଛନ୍ତି କିନ୍ତୁ ଆମେରିକାରେ ଥିବା ସାଂସଦମାନେ ପୂର୍ବତନ ରାଷ୍ଟ୍ରପ୍ରତି ବାରକା ଓବମା ଭାରତବର୍ଷରେ ଚାଲିଥିବା ସଂଖ୍ୟାଲଘୁ ସମାଜ ଉପରେ ଆକ୍ରମଣ ଧର୍ମୀୟ ଭିର୍ତିରେ ସମାଜକୁ ବାଂଟିବା ଓ ବିଦ୍ୱେଷ ସୃଷ୍ଟି କରିବାକୁ ନେଇ ଚିଠି ଲେଖିଲେଣି । ଭାରତବର୍ଷର ବିବିଧିତା ଭିତରେ ଯେଉଁ ଐକ୍ୟତା ଓ ଭଲପାଇବା ଥିଲା ତାକୁ ଆଜି ଏ ସରକାର ନଷ୍ଟଭ୍ରଷ୍ଟ କରିଦେଲାଣି ।
ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଥିଲେ ଯେ ୨୦୨୨ ମସିହା ସୁଦ୍ଧା କୃଷକମାନଙ୍କୁ ଆୟ ଦ୍ୱିଗୁଣିତ ହୋଇଯିବା କଥା କିନ୍ତୁ ଭାରତବର୍ଷର କୃଷକମାନଙ୍କର ଆୟ ସର୍ବନିମ୍ନ ସ୍ତରକୁ ଚାଲିଗଲାଣି । ଏପରିକି ବିଗତ ୧୨ ବର୍ଷ ଭିତରେ ଓଡ଼ିଶାର କୃଷକଙ୍କର ଆୟ ଏକଟଙ୍କା ମଧ୍ୟ ବୃଦ୍ଧି ଘଟିନାହିଁ । ଜଣେ କୃଷକକର ଦୈନିକ ଆୟ ଏ ରାଜ୍ୟରେ ମାତ୍ର ୨୭ ଟଙ୍କା । ୨୦୧୪ ମସିହାର ଆଜିପର୍ଯ୍ୟନ୍ତ ଅନାଦେୟ ଋଣ ପରିମାଣ ୧୦.୯୭ ଲକ୍ଷ କୋଟି ଟଙ୍କା ପହଞ୍ଚିଲାଣି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ୨୦୧୮ ରୁ ୨୩ ଭିତରେ ୫ଲକ୍ଷ ୯୨ ହଜାର କୋଟି ଟଙ୍କା ଅନାଦେୟ ଋଣ ପରିମାଣ ବୃଦ୍ଧି ଘଟିଛି । ଏପରିକି ଉଇଲଫୁଲ ଡିଫଲଟର ମାନଙ୍କୁ ପୁଣି ବ୍ୟାଙ୍କରୁ ଋଣ ନେଇ ଠକିବା ପାଇଁ ଆରବିଆଇ ଉପରେ ଚାପ ପକାଇ ସଂଶୋଧିତ ନିୟମ କାହିଁକି କରାଯାଇଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now