ଓଡ଼ିଶାରାଜନୀତି

ମିଶନ ଶକ୍ତି ମହିଳାଙ୍କୁ ଗୁଇନ୍ଦାଗିରିରେ ବିନିଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ବର: ମିଶନ ଶକ୍ତି ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡ଼ି କରିଛି ପ୍ଲାନ । ଏମିତ କି ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରୁ ମହିଳାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ସହଜରେ ହଜମ କରି ପାରିନାହାନ୍ତି ବିରୋଧି । ଦଳୀୟ କର୍ମୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ହରାଇଥିବାରୁ ନିଜେ ଭେଟି ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି । 

ବିଜେଡିର ଦଳୀୟ କର୍ମୀଙ୍କୁ ଆଉ ନାହିଁ କି ଭରସା ? ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇବେ କି ମିଶନ ଶକ୍ତିର ମହିଳା? କାରଣ ଦଳୀୟ କର୍ମୀଙ୍କୁ ଭେଟୁ ନ ଥିବା ନବୀନ  ପର୍ଯ୍ୟାୟ ଭିତ୍ତିରେ ପ୍ରତି ଦିନ କିଛି କିଛି ଜିଲ୍ଲାର ମିଶନ ଶକ୍ତିର ମହିଳାମାନଙ୍କୁ ଭେଟି ଆଲୋଚନା କରୁଛନ୍ତି । ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧି । ଏମିତି କି ମିଶନ ଶକ୍ତି ମହିଳାମାନଙ୍କୁ ଗୁଇନ୍ଦାଗିରିରେ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ କଂଗ୍ରେସ ମଧ୍ୟ ବିଜେଡ଼ିକୁ କଡ଼ା ସମାଲୋଚନା କରି ସରକାରୀ ଅର୍ଥରେ ମିଶନ ଶକ୍ତି ଗଠନ କରି ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କହିଛି । ଏପଟ ବିରୋଧିଙ୍କୁ କଡ଼ା ଜବାବ ଦେଇଛି ବିଜେଡ଼ି । ଔଷଧ ବିକଳରେ ବିରୋଧି ତାଟିଆ କାମୁଡୁଛନ୍ତି ବୋଲି କହିଛି ।

ଏପଟେ ମିଶନ ଶକ୍ତି ମାଧ୍ୟମରେ ତୃଣମୂଳ ସ୍ତରରେ ବିଜେଡ଼ି ଭୋଟ ବ୍ୟାଙ୍କ ମଝଭୁତ କରୁଥିବା କହିଛନ୍ତି ରାଜନୈତିକ ସମିକ୍ଷକ । ଏହାସହ ତାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରାଇ ବିଜେଡ଼ି ଆଡ଼କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଦଳ ।

ଏହା ବିଜେଡ଼ିର ୨୪ ପ୍ରସ୍ତୁତିର ବଡ଼ ପର୍ବ ବୋଲି ମଧ୍ୟ କୁହାଯାଇପାରେ।

ତେବେ ୨୪ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଥିବା ବେଳେ ବିଜେଡ଼ି ପ୍ରତେକ ବର୍ଗକୁ ଦଳ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ କରିଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button