ମୂଖ୍ୟ ବିଚାରପତିଙ୍କ ଦ୍ଵାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦ୍ଘାଟନ କରିଥିଲେ । ଏହି ଶୁଭ ଉଦ୍ଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ. ବି ଆର ଷଡଙ୍ଗୀ ଓ ଜଷ୍ଟିସ୍ ଏମ ଏସ ସାହୁ ଏଡମିନିଷ୍ଟ୍ରେଟିଭ୍ ଜଜ କନ୍ଧମାଳ, ଜିଲ୍ଲା ଦୌରାଜଜ୍ ସତ୍ୟପିର ମିଶ୍ର, ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା ମଞ୍ଚାସୀନ ରହି ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ଏହା ପରେ ସଭାପତି ଭଗବାନ ମହାନ୍ତି ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିଥିଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଥିଲେ। ସେହିପରି ଜିଲ୍ଲା ଦୌରାଜଜ୍ ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମାନ୍ୟବର ବିଚାରପତି ଡ଼ଃ. ଏମ ଏସ ସାହୁ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ। ଏହା ସହିତ ବିଚାରପତି ବି. ଆର. ଷଡଙ୍ଗୀ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ପ୍ରଶାସନର ସହଯୋଗକୁ ଧନ୍ୟବାଦ ଦେବା ସହିତ ମୂଖ୍ୟ ବିଚାରପତିଙ୍କର ନିଷ୍ଠାପର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ନୂତନ ଭାବରେ ହେବାକୁ ଥିବା କୋର୍ଟ କମ୍ପ୍ଲେକ୍ସର ଏକ ଡକ୍ୟୁମେଣ୍ଟ୍ରି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥି ସହିତ ଜିଲ୍ଲା ଓକିଲ ସଂଘକୁ ମଧ୍ୟ ସାଧୁବାଦ ଜଣାଇଥିଲେ। ଏହାପରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ କମଳ ବେହେରା ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ, ଉତ୍ତମ ଚିନ୍ତାକୁ ପ୍ରସଂଶା କରି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଶୁଭ ଅବସରରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ବିଚାରପତି, ଓକିଲ ସଂଘର ସମସ୍ତ ସଦସ୍ୟ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକୁ ଯେ ଏମଏଫସି ସୋମ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିଲେ । ପରେ ଓକିଲ ସଂଘର ନିମନ୍ତ୍ରଣ ରକ୍ଷା କରି ବିଚାରପତି ଫୁଲବାଣୀ କୋର୍ଟ ପରିଦର୍ଶନ କରି ଓକିଲ ମାନଙ୍କୁ ସୁଚିନ୍ତିତ ମତ ଦେବା ସହିତ ତାଙ୍କର କାର୍ଯ୍ୟକଳାପକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *