ଘଷିଏନକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗୀର : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଘଷିଏନକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦାବି ଜୋର ଧରିଛି । ଗତକାଲି ଘଷିଏନ ଅଞ୍ଚଳର ଶତାଧିକ ଜନସାଧାରଣ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜନସଂଖ୍ୟା ହିସାବକୁ ଦେଖିଲେ ଘଷିଏନ ପାଟଣାଗଡ଼ ଉପଖଣ୍ଡର ଏକ ବଡ଼ ଅଞ୍ଚଳ । ଏଠାରେ ୧୧ଟି ୱାର୍ଡ ରହିଛି । ସେହିପରି ଚାରୋଟି ରାଜସ୍ୱ ସର୍କଲ ଅଛି । ଏହି ଅଞ୍ଚଳ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଜୁ କେବିକେର ଅନ୍ତର୍ଗତ ଅଟେ । ସବୁ ଦୃଷ୍ଟିରୁ ଦେଖିଲେ ଘଷିଏନ ବ୍ଲକ ମାନ୍ୟତା ପାଇବା ପାଇଁ ହକଦାର ବୋଲି ଅଞ୍ଚଳବାସୀ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *