ମଣିପୁର ନାରୀ ନିର୍ଯାତନା ଘଟଣା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶା ମହିଳା ସଂଗଠନର ଦାବି ପତ୍ର ପ୍ରଦାନ

Spread the love

ବଲାଙ୍ଗୀର : ମଣିପୁରରେ ଦୁଇ ଜଣ ନାରୀଙ୍କୁ ବିବସ୍ତ୍ର କରି ରାସ୍ତାରେ ବୁଲାଇବା ଗଣ ଦୁଷ୍କର୍ମ କରିବା ଘଟଣା ସାରା ବିଶ୍ଵରେ ମଣିଷ ସମାଜର ବିକୃତ ରୁପ ପରିଦର୍ଶନ କରାଇଛି । ଏହି ମଣିପୁର ତଥା ଅନ୍ୟାନ୍ୟ ନାରୀ ନିର୍ଯ୍ୟାତନା ଘଟଣା ବିରୁଦ୍ଧରେ ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ଗୋଟିଏ ପଟେ ଦେଶର ସର୍ବୋଚ୍ଚ ପଦରେ ଜଣେ ଆଦିବାସୀ ମହିଳା ବସିବା ଦେଶ ତଥା ନାରୀ ସମାଜ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । କିନ୍ତୁ ସମାନ ସମୟରେ ମଣିପୁରରେ ନାରୀମାନଙ୍କୁ ଗଣଦୁଷ୍କର୍ମ ଓ ସର୍ବ ସମ୍ମୁଖରେ ବିବସ୍ତ୍ର କରି ବୁଲାଇବା ଦେଶରେ ନାରୀ ସୁରକ୍ଷାର ଗୁମର ଖୋଲି ଦେଇଛି । ଦେଶର କେନ୍ଦ୍ର ସରକାର ବେଟି ବଚାଓର ନାରା ଦେଇଛନ୍ତି କିନ୍ତୁ, ତାଙ୍କ ଶାସିତ ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଣିପୁରର ଗଣ ଦୁଷ୍କର୍ମ ହେଉ କି ଦେଶ ପାଇଁ ଅଲମ୍ପିକରେ ଗର୍ବ ଆଣିଦେଇଥିବା କୁସ୍ତି ଖେଳାଳିମାନଙ୍କ ଯୌନ ଉତ୍ପିଡନ ଘଟଣାରେ ସାରା ବିଶ୍ଵରେ ଆଲୋଡନ ସୃଷ୍ଟି କରିଛି । ସେହିପରି ଗୁଜୁରାତ ରାଜ୍ୟର ବିଲିକିସ ବାନୋ କାଣ୍ଡର ଅଭିଯୁକ୍ତମାନଙ୍କୁ ସଜା ମାଫ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଘଟଣା ମଣିଷ ସମାଜକୁ ଲଜ୍ଜିତ କରିଛି ବୋଲି ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ କହିଛନ୍ତି । ଦେଶର ସର୍ବୋଚ୍ଚ ସ୍ଥାନରେ ଜଣେ ନାରୀ ବସିଥିବା ବେଳେ ନାରୀ ସମସ୍ୟା ଓ ସୁରକ୍ଷାର ସମାଧାନ ପାଇଁ ଉତ୍କୃଷ୍ଟ ସମୟ ବୋଲି ନାରୀ ସମାଜ ବିଶ୍ଵାସ କରୁଛି । ତେଣୁ ମାହାମହିମ ରାଷ୍ଟ୍ରପତି ଉପରୋକ୍ତ ଘଟଣା ଗୁଡିକର ସଜ୍ଞାନ ନେଇ ଦୋଷୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବୀ କରିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଶ୍ରୀମତି ନନ୍ଦଙ୍କ ସମେତ ସୁରମା କୁମ୍ଭାର, ଅନୀତା ସୁନା, ଉକିଆ ବଏ, ଯଶୋବନ୍ତି ତାଣ୍ଡି, ସଙ୍ଗିତା କୁମ୍ଭାର, ଦୀପା ମୁଗ୍ରି, ଅମୁଲ୍ୟ ନାଏକ, ସୁପ୍ରବା ନାଏକ, ସୁମନ ରାଏ, ସତ୍ୟଭାମା ରୋହିଦାସ, ଯଶୋବନ୍ତି ରୋହିଦାସ ଓ ଧାଇଁ ରୋହିଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *