ସମ୍ବଲପୁର : ଜିଲ୍ଲାରେ ବିଭିନ୍ନ ସମୟରେ ମାଦକ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ତେବେ ଆଜି ପୂର୍ବାହ୍ନ ୮ଟା ବେଳେ ରେଢ଼ାଖୋଲ-ବୌଦ୍ଧ ରାସ୍ତାର କନ୍ଦରା ଛକଠାରେ ସନ୍ଦେହଜନକ ଅବସ୍ଥାରେ ବାଇକରେ ଏକ ଦମ୍ପତ୍ତି ଯାଉଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ ସ୍କ୍ୱାର୍ଡ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗୋଟିଏ ବ୍ୟାଗରେ ୪ କେଜି ଗଞ୍ଜେଇ ସେମାନେ ନେଉଥିବା ଜଣାପଡିଥିଲା । ଅଭିଯୁକ୍ତ ଦମ୍ପତିଙ୍କ ପରିଚୟ ଅନୁସନ୍ଧାନ ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ତାଳପଦା ଗ୍ରାମର ପ୍ରଦୀପ ମହାନନ୍ଦିଆ ଓ ତାଙ୍କ ସ୍ତ୍ରୀ ମାଥିଲି ମହାନନ୍ଦିଆ ବୋଲି ଜଣାପଡିଛି । ଅବକାରୀ ବିଭାଗ ଏ ସମ୍ପର୍କରେ ଏନଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now