ନଦୀରୁ ମିଳିଲା ବାବାଜୀ ଅମୂଲ୍ୟ ଦାସଙ୍କ ମୁଣ୍ଡ, କୁମ୍ଭୀର ଖାଇଗଲା ସଂପୂର୍ଣ୍ଣ ଶରୀର

କେନ୍ଦ୍ରାପଡ଼ା : ଦେଢ଼ ମାସ ମଧ୍ୟରେ ଚାରୋଟି ମୂଲ୍ୟବାନ ଜିବନ କୁମ୍ଭୀର ମୁହଁରେ ଚାଲିଗଲାଣି । କେନ୍ଦ୍ରାପଡା ଜିଲ୍ଲାର ଗତ ମାସରେ ତିନି ଜଣଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ ଗତକାଲି ରାତିରେ କୂଳସାହିର ଅମୁଲ୍ୟ ଦାସଙ୍କୁ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣି ନେଇଥିଲା । ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ନଦୀ କୂଳରେ ଠେଙ୍ଗା, ଚପଲ ଏବଂ କୁଣ୍ଡ ରେ ଲୁଗା ପଟା ଥିବା ବେଳେ ଅମୁଲ୍ୟ ନିଖୋଜ ଥିଲେ । ଗତକାଲି ରାତି ସାରା ଏବଂ ଆଜି ସକାଳୁ ଦୀର୍ଘ ୧୭ଘଣ୍ଟା ଖୋଜା ଖୋଜି ପରେ ତାଙ୍କ ଶରୀର କୁମ୍ଭୀର ଖାଇ ଦେଇଥିବା ବେଳେ କେବଳ ମୁଣ୍ଡକୁ ଉଦ୍ଧାର ହୋଇଥିଲା ।

ହୃଦୟବିଦାରକ ଦୃଶ୍ୟ ଯେତିକି ସେତିକି ଲୋମହାର୍ଷକାରି ଘଟଣା । ଯାହା ନଦୀ କୁଳିଆ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଗାଁ ରେ ଗତକାଲି ବ୍ରାହ୍ମଣୀ ନଦୀରୁ ଜଣେ ବ୍ୟକ୍ତିଙ୍କୁ କୁମ୍ଭିର ଟାଣି ନେଇଥିବା ଅଭିଯୋଗ ହୋଇଥିଲା। କୁଳସାହି ଗାଁ ର ୪୫ ବର୍ଷିୟ ବାବା ଅମୂଲ୍ୟ ଦାସ ସନ୍ଧ୍ୟା ୮ଟାରେ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭିର ଟାଣି ନେଇଥିଲା । ନଦୀ କୂଳରେ ବସିଥିବା ଲୋକ ପାଣିରେ ବାଡେଇ ହେଉଥିବା ଶବ୍ଦ ଶୁଣି କୁମ୍ଭୀର ଟାଣି ନେଉଥିବା ନେଇ ଲୋକଙ୍କୁ ଡାକ ପକାଇଥିଲେ । ଲୋକେ ନଦୀ ତୁଠରେ ଅମୂଲ୍ୟ ଦାସଙ୍କ ଚପଲ, ଏକ ଠେଙ୍ଗା ଓ ସିଲଭର୍ କୁଣ୍ଡରେ ନିଜର ଲୁଗା ପଟା ପଡି ରହିଥିବା ଦେଖିବାକୁ ପାଇଥିଲେ । ତେବେ ନଦୀରେ ସୌଚ ହେବା ବେଳେ କୁମ୍ଭିର ଟାଣି ନେଇଥିବା ଅନୁମାନ କରାଯାଇଥିଲା । ପରେ ସ୍ଥାନୀୟ ଲୋକେ ଖୋଜା ଖୋଜି ଆରମ୍ଭ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ବନ ବିଭାଗ, ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମାନେ ସାରା ରାତି ଅନିଦ୍ରା ହୋଇ ଟର୍ଚ୍ଚ ମାରି ଖୋଜିଥିଲେ ମଧ୍ୟ ଅମୁଲ୍ୟଙ୍କ ପତ୍ତା ମିଳିନଥିଲା । ଆଜି ସକାଳୁ ପୁଣି ଅମୂଲ୍ୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।ପ୍ରାୟ ୧୭ ଘଣ୍ଟା କାଳ ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ନଦୀ ପଠାରୁ ନିଖୋଜ ଅମୂଲ୍ୟଙ୍କ କ୍ଷତବିକ୍ଷତ ମୁଣ୍ଡ ଉଦ୍ଧାର କରିଥିଲେ । କୁମ୍ଭିର ତାଙ୍କର ସମ୍ପୂର୍ଣ୍ଣ ଶରିରକୁ ଖାଇ ଦେଇଥିବା ବେଳେ ମୁଣ୍ଡ ଛାଡି ଦେଇ ଯାଇଛି । ଘଟଣା ଜଣାପଡିବା ପରେ ରାଜନଗର ବନ ବିଭାଗ ଅଧିକାରୀ ଓ ପଟ୍ଟାମୁଣ୍ଡାଇ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ନଦୀ କୁଳିଆ ଗ୍ରାମର ଲୋକ ମାନେ ନଦୀ ଉପରେ ନିର୍ଭରଶୀଳ । ଗାଁ ରେ ପାଣି ସମସ୍ୟା ରହିଥିବା ବେଳେ ଲୋକ ମାନେ ବାଧ୍ୟ ହୋଇ ନଦ କୁ ସବୁ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଯାହା ଫଳରେ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିନକୁ ଦିନ କୁମ୍ଭୀର ମଣିଷ ଲଢେଇ ବୃଦ୍ଧି ପାଉଥିବା ବେଳେ । ଗତ ଦେଢ଼ ମାସ ଭିତରେ ଚାରି ଜଣଙ୍କୁ କୁମ୍ଭୀର ଟାଣି ନେଇ ମାରୀ ଦେଇଛି । ଯାହାକୁ ନେଇ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ତେବେ କୁମ୍ଭୀର ନଦୀର ଉପର ମୁଣ୍ଡକୁ ଉଠି ଆସୁଥିବାରୁ ଲୋକ ମାନେ ଭୟଭୀତ ହୋଇ ପଡିଛନ୍ତି ।

ଜୁନ ୧୪ତାରିଖ ଦିନ ପଟ୍ଟାମୁଣ୍ଡାଇ ନିମପୁର୍ ଗାଁ ର ନାବାଳକ ଆଶୁତୋଷ ଆଚାର୍ଯ୍ୟ ନିଜ ମା ସହିତ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ମା ହାତରୁ ନାବାଳକକୁ କୁମ୍ଭୀର ଟାଣି ନେଇଥିଲା । ସମସ୍ତେ ନିରୁପାୟ ହୋଇ ଦେଖୁଥିବାବେଳେ କୁମ୍ଭୀର ନାବାଳକକୁ ଧରି ନଦୀ ମଝିରେ ଦୁଇ ଘଣ୍ଟା କାଳ ନଦୀରେ ଧରି ବୁଲିଥିଲା । ପରେ ସ୍ଥାନୀୟ ଲୋକେ ନାବାଳକର ମୃତଦେହ ଉଦ୍ଧାର କରିଥିଲେ । ୨୧ତାରିଖ ଅପରାହ୍ନରେ ରାଜନଗର ବ୍ଲକ ଚାନ୍ଦିବାଉଶମୂଳ ପଞ୍ଚାୟତର ହାତିଆଗଡି ଗାଁର ସୀତା ଦାସ ଘର୍ ପଛରେ ଥିବା ପୋଖରୀ ତୁଠରେ ବସି ବାସନ ମାଯୁଥିବା ବେଳେ କୁମ୍ଭୀର ଟାଣି ନେଇ ଦଳ ଭର୍ତ୍ତି କେନାଲ ଭିତରକୁ ଚାଲି ଯାଇଥିଲା । ଚିତ୍କାର ଶୁଣି ପଡୋଶୀ ମାନେ ଦୌଡ଼ି ଯାଇଥିଲେ ମଧ୍ୟ ଦଳ ଭର୍ତ୍ତି କେନାଲ ମଧ୍ୟରୁ ସୀତାଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରି ପାରିନଥିଲେ । ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ଖୋଜା ଖୋଜା ପରେ ତିନି ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଥିଲେ । ୨୯ତାରିଖ ଦିନ କେନ୍ଦ୍ରାପଡ଼ା ବ୍ଲକ୍ ଘାଗରାଡିଆ ଗାର ଗଙ୍ଗାରାମ ତରାଇ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । ଦୀର୍ଘ ସାତ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ କୁମ୍ଭୀର ମୁହଁରୁ ଅର୍ଦ୍ଧାଧିକ ଶରୀର ଉଦ୍ଧାର କରିଥିଲେ । ତେବେ ସେତେ ବେଳକୁ କୁମ୍ଭୀର ଗଙ୍ଗାଧରଙ୍କ ମୁଣ୍ଡ ଓ ଗୋଡ ଚୋବାଇ ଦେଇଥିଲା କୁମ୍ଭୀର । ଗତକାଲି ରାତିରେ ଗାଘରାଡିଆର ପାଖ ଗାଁ କୂଳ ସାହି ରୁ ଅମୂଲ୍ୟ ଦାସ୍ କୁ ସାନ୍ଧ୍ୟ ୮ଟା ବେଳେ ଟାଣି ନେଇଥିଲା ନରହାନ୍ତା କୁମ୍ଭୀର । ୧୭ଘଣ୍ଟା ପରେ ଅମୂଲ୍ୟଙ୍କ ମୁଣ୍ଡ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଶରୀରକୁ ସମ୍ପୂର୍ଣ୍ଣ କୁମ୍ଭୀର ଖାଇଦେଈ ଥିବା ଲୋକେ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *