ବଲାଙ୍ଗିର ରେ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର : ଜିଲ୍ଲା ଉନ୍ନୟନ ସଭା ଗୃହରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଅଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସରୋଜ କାନ୍ତ ସାହୁ ସୂଚନା ପ୍ରଦାନ କରିଥିଲେ । ୨୦୧୮ କରୋନା ମହାମାରୀ ପରେ ଚଳିତ ବର୍ଷ ପୂର୍ବ ଭଳି ସବୁ ପ୍ରକାର କାର୍ଯ୍ୟକ୍ରମ କରାଯାଇ ସ୍କୁଲ କଲେଜ ଛାତ୍ର ଛାତ୍ରୀ ସମେତ ସର୍ବ ସାଧାରଣ ଙ୍କ ପାଇଁ ଖୋଲା ରହୁଥିଲା ବେଳେ ବିଭିନ୍ନ ପ୍ରତିଯୋଗିତା ପୂର୍ବରୁ କରାଯାଇ ପୁରସ୍କାର ପ୍ରଦାନ କରାଯିବ। ମନୋହର ପୂର୍ ପୋଲିସ ପରେଡ ପଡିଆ ରେ ସାମୁହିକ ପ୍ୟାରେଡ ଅଗଷ୍ଟ ୧୫ ତାରିଖ ଦିନ ସକାଳ ୯.୧୫ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ , ପ୍ୟାରେଡ ରେ ପୋଲିସ ହୋମ ଗାର୍ଡ ସ୍କାଉଟ ଗାଇଡ ଏନ୍ ସି ସି ରେଡକ୍ରସ ସିବିଲିୟନ ଯୋଗ ଦେବେ । ରାତି ୪ ଟା ରେ ରାମଧୁନ, ସକାଳ ୬ରୁ ୭ ପ୍ରଭାତ ଫେରି, ସକାଳ ୭ ରୁ ୮ ଭିତରେ ବିଭିନ୍ନ ଅନୁଷ୍ଠାନ ସର୍ବ ସାଧାରଣ ଙ୍କ ଦ୍ଵାରା ଜାତୀୟ ପତାକା ଉତୋଳନ ଓ ଉତ୍ସବ ପାଳନ କରାଯିବ, ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଆମ୍ବେଦକର ଓ ଅନ୍ୟ ମହାମନିଷୀ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରାଯିବ ସକାଳ ୮ ଘଣ୍ଟା ରେ, ଜିଲ୍ଲା ସ୍ତରୀୟ ପ୍ୟାରେଡ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ବୈଠକ ରେ ବିଭିନ୍ନ ଦାୟିତ୍ଵ ବିଭିନ୍ନ ଅଧିକାରୀ ବ୍ୟକ୍ତି ବିଶେଷ ଙ୍କୁ ବଣ୍ଟନ କରାଯାଇ ଯେପରି ଦିବସ ପାଳନ ଚିତ୍ତାକର୍ଷକ ହୋଇ ପାରିବ ସେଉପରେ ଆଲୋଚନା ହୋଇଥିଲା। ଅତିରିକ୍ତ ପୋଲିସ ଅଧିକ୍ଷକ ସୁରେଶ ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂହ, ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ସ୍କୁଲ କଲେଜ ର ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ସହଯୋଗ କାମନା କରା ଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *