ଚଳନ୍ତା ଟ୍ରେନରୁ ଦୁଇ ଆରପିଏଫ୍ ଉଦ୍ଧାର କଲେ ମହିଳାଙ୍କୁ

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ଆକସ୍ମିକ ଅଘଟଣରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ଯାତ୍ରୀ। ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ। ଫଳରେ ଯାତ୍ରୀଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ।ସୂଚନା ମୁତାବକ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା। ଟ୍ରେନ୍ ଛାଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ସେମାନଙ୍କ ବଗିରେ ଚଢ଼ିଥିଲେ। ହେଲେ ମହିଳାଜଣଙ୍କ ଚଢ଼ିବା ପୂର୍ବରୁ ଟ୍ରେନ୍ ଛାଡ଼ି ଦେଇଥିଲା। ସେ ଟ୍ରେନରେ ଚଢ଼ିବା ପାଇଁ ଉଦ୍ୟମ କରୁଥିଲେ । ମାତ୍ର ଅସବଧାନତା ହେତୁ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ଆରପିଏଫ୍ ଏଏସଆଇ ଜେ.ଜେ ଆଚାର୍ଯ୍ୟ ଓ ଏମ୍ ୱାଇ ରାଓ ଦୌଡ଼ିଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁଇ ପୁଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ବୋଲି ବିଭିନ୍ନ ମହଲରେ ପ୍ରଶଂସା ପାତ୍ର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *