ଜଟଣୀ ରେଳ ଷ୍ଟେସନରୁ ୬୩ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନରୁ ୱେଷ୍ଟ ବେଙ୍ଗଲ ଓ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧାରୋଡ ଆର.ପି.ଏଫ୍ ଓ ଜି.ଆର.ପି. କର୍ମଚାରୀଙ୍କ ମିଳିତ ଚଢ଼ାଉ କରି ୬୩ କିଲୋ ଗଞ୍ଜେଇ ଜବତ କରିବା ସହ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ମୁରସିଡାବାଦର ଏମ. ଡ଼ି. ଯୁନୁଷ ଏସ.କେ. (୧୯), ତାହାଜୁଲ ଏସ. କେ. (୨୩) ଏବଂ ଏମଡ଼ି. ଗିଆସୁଦିନ ମଣ୍ଡଳ (୨୬). । ଏନେଇ ଜିଆରପି ଥାନା ପୋଲିସ ୭୦/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି। ସୂଚନା ମୁତାବକ ଗତ ୩୧ ତାରିଖ ସୋମବାର ଦିନ ଖୋର୍ଦ୍ଧାରୋଡ଼ ଜିଆରପି ଏବଂ ଆର.ପି.ଏଫ୍ କର୍ମଚାରୀ ମାନେ ୧ନମ୍ବର ପ୍ଲାଟଫର୍ମ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିବା ସମୟରେ ଅଭିଯୁକ୍ତମାନେ ତିନୋଟି ବ୍ୟାଗ ଧରି ବାଙ୍ଗାଲୋର-ହାଉଡ଼ା ଏକ୍ସପ୍ରେସ ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିଲେ । ସେମାନଙ୍କ ଉପରେ ସନ୍ଦେହ ହେବାରୁ ଯାଞ୍ଚ ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *