ଚାଷୀ ସମସ୍ୟାର ସମାଧାନ କେବେ ?

ବିଭିନ୍ନ ମାର୍କେଟ ୟାର୍ଡ ମାନଙ୍କରେ ପଡି ରହିଥିବା ଧାନ କୁ ଉଠାଯାଉ ନ ଥିବାରୁ ବରଗଡ଼ ଜିଲ୍ଲାପାଳ ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ  ସାକ୍ଷାତ କରି ଉଭୟ ବିଧାୟକ ଚାଷୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ବିଭିନ୍ନ ଧାନ ମଣ୍ଡି ରେ ଦଲାଲି ବନ୍ଦ ହେବା ସହ ଧାନବସ୍ତା ପିଛା କଟନୀ ଛଟନି ବନ୍ଦ ହେଉ ,ସମସ୍ତ ଧାନ ସିଧାସଳଖ ମିଲ କୁ ନଯାଇ ମଣ୍ଡି ଜରିଆରେ ମିଲକୁ ଯାଉ ,ମିଲରଙ୍କ ଟାର୍ଗେଟ ବଢାଯାଉ ,ଜିରୋ କଟିଂ ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର ସେଥିପ୍ରତି ଧ୍ୟାନ ଦିଆଯାଉ। ମିଲ ମାନଙ୍କୁ ସରପ୍ରାଇଜ ଭିଜିଟ କରି ବିନା ସ୍ଲିପ ରେ ଆସିଥିବା ଟ୍ରକ ଓ ମିଲର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିବା ସହ ସମସ୍ୟା ମାନଙ୍କର ତୁରନ୍ତ ସମାଧାନ କରଯାଉ ବୋଲି କହିଛନ୍ତି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ନିହାର ମହାନନ୍ଦ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *