ମାଲକାନଗିରିରେ ବର୍ଷା ଯୋଗୁଁ ଭୁଶୁଡିଲା ଏୟାରପୋର୍ଟ ପାଚେରୀ…

ମାଲକାନଗିରି ଜିଲ୍ଲା ଏୟାର ଷ୍ଟ୍ରିପର ପିଛା ଛାଡ଼ୁନି ସମସ୍ୟା l ବର୍ଷା ଯୋଗୁଁ ଭୁଶୁଡିଲା ଏୟାରପୋର୍ଟ ପାଚେରୀ l ସାମାନ୍ୟ ବର୍ଷା ଯୋଗୁଁ ବାରମ୍ବାର ପାଚେରୀ ଭୁଶୁଡି ପଡିବା କାରଣ ଯୋଗୁଁ ଲୋକେ ନିର୍ମାଣ କାମ ନିମ୍ନମାନର ବୋଲି ଅଭିଯୋଗ କରୁଛନ୍ତି l ଗାତବର୍ଷ ବର୍ଷା ଯୋଗୁଁ ପାଚେରୀ ଭୁଶୁଡି ୨ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିଲା l ଏନେଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହାଲରୁ ଅଭିଯୋଗ ହୋଇଥିଲା l କିନ୍ତୁ କାମରେ କୌଣସି ପ୍ରକାର ପଦକ୍ଷେପ କିମ୍ବା ପରିବର୍ତ୍ତନ ହୋଇନାହିଁ । ଯେଉଁଥି ପାଇଁ ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଛି l ଏୟାର ଷ୍ଟ୍ରିପ କାନ୍ଥ ଭୁଶୁଡି ପଡିବା କାରଣରୁ ସ୍ଥାନୀୟ ଚାଷି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅପରପକ୍ଷରେ ବିଭଗୀୟ ଅଧିକାରୀ ପୂର୍ବ ଏସ୍ଟିମେଟ ଅନୁଯାଇ କାମ ହୋଇଛି, ଅସୁବିଧା ଯୋଗୁଁ ନୂତନ ଏସ୍ଟିମେଟରେ କାମ କରାଯିବ ବୋଲି କହିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *