ସତୀଗୁଡ଼ା ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ି ଘଟଣା, ଦୁଇ ନିଖୋଜଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର

Spread the love

ମାଲକାନଗିରି : ମାଲକାନଗିରି ସତୀଗୁଡ଼ା ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ି ଦୁଇ ନିଖୋଜଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ତୁଳସୀ ମାଢ଼ିଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ଼୍ରାଫ ଓ ମାଲକାନଗିରି ଅଗ୍ନିଶମ ବିଭାଗ ଟିମ୍ । ଅନ୍ୟ ଜଣେ ନିଖୋଜ ଗୋବିନ୍ଦ ସର୍ଦ୍ଦାରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରୀ ରହିଛି ।

ଗତକାଲି କାଳବୈଶାଖୀ ପ୍ରଭାବରେ ଜଳଭଣ୍ଡାର ମଧ୍ୟରେ ଏକ ଦେଶୀ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏମାନେ ଜଳଭଣ୍ଡାର ଭିତରକୁ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ କାଳବୈଶାଖୀ ଆସିବାରୁ ପବନରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିଥିଲା । ଫଳରେ ଦୁହେଁ ପାଣିରେ ବୁଡି ନିଖୋଜ ଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ୨୫ ଜଣିଆ ଓଡ଼୍ରାଫ ଟିମ୍ ନିୟୋଜିତ ହୋଇଥିଲେ । ଗତକାଲି ରାତି ହୋଇଯିବାରୁ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *