ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ସଜେଇ ହୋଇଛି ଶ୍ରୀକ୍ଷେତ୍ର। ଭକ୍ତମୟ ବଡ଼ଦାଣ୍ଡ। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ବଡ ଠାକୁରଙ୍କ ମାନବୀୟ ଲୀଳା ଦେଖିବ ସାରା ବ୍ରହ୍ମାଣ୍ଡ। ବଡଦାଣ୍ଡରେ ଭକ୍ତ ଏବଂ ଭଗବାନଙ୍କର ହେବ ମିଳନ । ଏଥିପାଇଁ ବଡଠାକୁରଙ୍କ ଆସିବା ବାଟକୁ ଲକ୍ଷ ଲକ୍ଷ ଭକ୍ତ ଅନାଇ ବସିଛନ୍ତି। ଆଜିଠୁ ବଡଦାଣ୍ଡ ଲୋକାରଣ୍ୟ ହୋଇଛି। ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ରହିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଭକ୍ତମାନେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବେ। ଆଜି ଅପରାହ୍ନ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୫ଟାରୁ ରଥ ଟଣା ଆରମ୍ଭ ହେବ। ବିଶ୍ଵର କୋଣ ଅନୁକୋଣରୁ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now