୫ଦିନ ପରେ ଉଦ୍ଧାର ହେଲା ଓମ୍ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା ତାପଙ୍ଗ ଖଣି ପୋଖରୀ ବା ମିନି ଲଦାଖରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ୫ ଦିନ ପରେ ଓମ୍‌ ପ୍ରକାଶଙ୍କ ମୃତଦହେ ମିଳିଛି । ଆଜି ସକାଳେ ମୃତଦେହ ଭାସୁଥିବା ଲୋକେ ଦେଖିବା ପରେ ଏହାକୁ ଉଦ୍ଧା କରାଯାଇଛି । ଗତ ୮ତାରିଖ ଦିନ ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ ନିଖୋଜ ଥିଲେ । ଏନଡିଆରଏଫ୍ ଟିମ୍, ଅଗ୍ନିଶମ ବାହିନୀ, ନାଭାଲ ଟିମ୍‌, ଓଡ୍ରାଫ ଟିମ୍ ଏଵଂ ରାଉରକେଲା ଏନ୍ଆଇଟି ଟିମ୍, ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପରେ କ୍ୟାମେରା ଓ ରୋବଟ୍‌ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା । ତେବେ ଆଜି ୫ ଦିନ ପରେ ଓମଙ୍କ ମୃତହେଦ ମିଳିଛି । ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି । ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି । ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *