ରାଜସ୍ଥାନରେ ଘୋର ଝଡ ବର୍ଷା, ଟୋଂକ ଜିଲ୍ଲାରେ ୧୨ ମୃତ୍ୟ

Spread the love

ରାଜସ୍ଥାନ : ରାଜସ୍ଥାନରେ ଗୁରବାରଦିନ ବିଳମ୍ବିତ ରାତି ସମୟରେ  ଘୋର ଝଡ ତୋଫାନ ସହିତ ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା ।  ରାଜଧାନୀ ଜୟପୁର ଏବଂ ତାହାର ଆଖପାଖ ଜିଲ୍ଲାରେ ଘଂଟା ପ୍ରତି ୯୬ କିଲୋମିଟର ପବନ ଓ ବର୍ଷା ହୋଇଥିଲା ।  ପ୍ରବଳ ଝଡବର୍ଷା  ପାଇଁ  କେତେକ ଅଂଚଳରେ ବିଦୁତ୍ ଖୁଂଟ ଓ ଗଛ ଉପୁଡି ପଡିଥିଲା ତତ୍‌ସହିତ ବିଜୁଳି ନଥିବା କାରଣରୁ କେତେକ  ଅଂଚଳ ଅନ୍ଧାରରେ ବୁଡି ରହିଥିଲା । ତୋଫାନ ଝଡି ପାଇଁ ଟୋଂକ ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟ ହୋଇଥିବା ଖବର ମିଳିଛି ।

ପୁଲିସ କହିବାନୁସାରେ ଟୋଂକ ସହରରେ ତିନି ଜଣଙ୍କର ମୃତ୍ୟ ଘଟିଛି ଏବଂ ଏହି ଜିଲ୍ଲାର ନିବାଇରେ ଦୁଇ ଜଣ ପିଲା ସମେତ ତିନିଜଣଙ୍କର ମୃତ୍ୟ ଘଟିଛି ।  ଏହାଛଡା ଦେବଲିର ଟୋକରା ବାସ ଓ ଆବଂରେ ଜଣେ ଲେଖାଁଏ କରି , ମାଲପୁରାରେ ଦୁଇଜଣ ଏବଂ ଅନିୟାରାରେ ଜଣେ ବ୍ୟକ୍ତି ମୃତ୍ୟ ବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *