ଅଜଣା ଗାଡି ଧକ୍କାରେ ମା ଓ ପୁଅଙ୍କ ମୃତ୍ୟୁ

ଯାଜପୁର ଏନ୍‌ଏଚ୍‌ ୧୬ ବଡ଼ଚଣା ଥାନା ସ୍ଥିତ ବନ୍ଦାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ କୁ ଧକ୍କା ଦେଇଛି ଅଜଣା ଗାଡି। ଫଳରେ ବାଇକରେ ଯାଉଥିବା ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଡଙ୍ଗା ଅଂଚଳର ସନ୍ଧ୍ୟାରାଣୀ ନାୟକ ଓ ଦିବ୍ୟ କେଶରୀ ନାୟକ। ସୂଚନା ଅନୁଯାଇ ଭଡ଼ଙ୍ଗା ଅଂଚଳର ସନ୍ଧ୍ୟାରାଣୀ ଓ ତାଙ୍କ ପୁଅ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକରେ ଛତିଆ ଅଭିମୁଖେ ଯାଉଥିବା ବେଳେ ବନ୍ଦାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ମା ପୁଅଙ୍କ ମୃତ୍ୟୁ ହୋଇଛି। ତେବେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *