ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ବୌଦ୍ଧ: ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣୀପାଲି ସ୍ଥିତ ରାସ୍ତା କଡ଼ ନିକଟର ଘଟଣା। ତେବେ ମୃତଦେହଟି ପାଖରେ ଏକ ପକେଟ ଦାଏରୀ, ପାଣି ବୋତଲ ଓ ଏକ ଗାମୁଛା ପଡିଥିବା ଦେଖିବାକୁ ମିଳିଛି। ମୃତଦେହଟି ବେକରେ କ୍ଷତବିକ୍ଷତ ଚିହ୍ନ ରହିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ତେବେ ଖବରପାଇ ବଘିଆପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନଭିନ ଜାରି ରଖିଛି।

Leave a Reply

Your email address will not be published. Required fields are marked *