୪୭ ବର୍ଷ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରାଜ୍ୟ ସରକାର ଚୂଡ଼ାନ୍ତ ଏସଓପି ଜାରି କରିଛନ୍ତି । ଶୁଭ ସମୟ ଦେଖି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଦିନ ୧୦ଟାରେ ବସିବ ତଦାରଖ କମିଟି ବୈଠକ। ପ୍ରଭୁ ଲୋକନାଥ ଓ ମା ବିମଳାଙ୍କ ନିକଟରେ ଗୁଆ ଟେକା ଯାଇ ରତ୍ନ ଭଣ୍ଡାର ଖୋଲାଯିବ । ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି।ଚାବିରେ ଖୋଲିବାକୁ ଉଦ୍ୟମ କରାଯିବ ଯଦି ନଖୋଲେ ତାହାହେଲେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଅଳଙ୍କାର ଆକଳନ କରାଯିବ। ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଖୋଲିବା ନେଇ ସମସ୍ତ ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏସଓପିକୁ ଅନୁପାଳନ କରାଯିବା ସହ ଶୁଭ ମୁହୂର୍ତ୍ତ ଦେଖି ରତ୍ନଭଣ୍ଡାର ଖୋଲାଯିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now