ଅଗଷ୍ଟ ୧୪ରୁ ନିଟ୍-ୟୁଜି କାଉନସେଲିଂ

ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ସୋମବାର ଜାରି ହୋଇଥିବା ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ କାଉନସେଲିଂ ପ୍ରକ୍ରିୟା ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଡାକ୍ତର ବି ଶ୍ରୀନିବାସ କହିଛନ୍ତି , ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧ ଲକ୍ଷ ୧୦ ହଜାର ଏମବିବିଏସ୍ ସିଟ୍ ଆବଣ୍ଟନ ପାଇଁ କାଉନସେଲିଂ କରାଯିବ। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ କାଉନସେଲିଂ କରାଯିବ ବୋଲି ଶ୍ରୀନିବାସ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *