ନୂଆ ସଂସଦ ଭବନ ଛାତରୁ ଗଳୁଛି ବର୍ଷା ପାଣି। ଦିଲ୍ଲୀରେ ପ୍ରବଳ ବର୍ଷା ପରେ ସଂସଦ ଭବନ ଭିତରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସୋସିଆଲ ମିଡିଆରେ ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି। ଗତକାଲି ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଏନସିଆର୍ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ସୋସିଆଲ ମିଡିଆରେ ତାମିଲନାଡୁ ବିରୁଦ୍ଧନଗର କଂଗ୍ରେସ ସାଂସଦ ମଣିକମ୍ ଟାଗୋରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟି ରଖାଯାଇଛି। ସେପଟେ କଂଗ୍ରେସ ନେତା ତାଙ୍କ ଟ୍ୱିଟର(ଏକ୍ସ) ରେ ଲେଖିଛନ୍ତି କି, ବାହାରେ ପେପର ଲିକ୍, ଭିତରେ ୱାଟର ଲିକ୍ । ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସଂସଦର ଲବି ହଲରେ ଛାତରୁ ପାଣି ଗଳୁଛି ଯାହା ସଂସଦରେ ମୌସୁମୀ ସମ୍ବନ୍ଧୀୟ ସମସ୍ୟାକୁ ଉଜାଗର କରୁଛି । ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ରି ଟ୍ୱିଟ୍ କରି ଲେଖିଛନ୍ତି କି, ନୂଆ ସଂସଦ ଭବନ ଠାରୁ ପୁରୁଣା ସଂସଦ ଭବନ ବେଶ୍ ଭଲ ଥିଲା । ଏବେ ସେହି ସମୟ ପର୍ଯ୍ୟନ୍ତ ଆମେ ପୁରୁଣା ସଂସଦ ଗୃହକୁ ଫେରିଯିବା ଉଚିତ, ଯେ ପର୍ଯ୍ୟନ୍ତ ନୂଆ ସଂସଦ ଭବନ ଛାତରୁ ପାଣି ଗଳିବା ବନ୍ଦ ନ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now