ଶ୍ରାବଣ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ସମସ୍ତ ଶୈବପୀଠ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଜଳ ଲାଗି ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବର, ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *