କାର ଦୁର୍ଘଟଣା:  ୧ ମୃତ, ୫ ଗୁରୁତର

Spread the love

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଥାନା ଅଗସ୍ତିନୂଆ ଗାଁ ନିକଟ ଟାଟା ମୋଟର୍ସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର । ମୃତକ ହେଲେ ଭୁବନେଶ୍ବର ଆଇଟିଆର କଲେଜର ଇଞ୍ଜିନିୟରିଂ ଛାତ୍ର ଦେବରାଜ । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ଭୁବନେଶ୍ୱର ଆଇଟିଆର କଲେଜର ୫ ଜଣ ଛାତ୍ର ଗୋପାଳପୁର ବୁଲିବାକୁ ଆସିଥିଲେ। ସକାଳେ ଗୋପାଳପୁରରୁ ଭୁବନେଶ୍ୱର ଫେରୁଥିବା ସମୟରେ ଗଞ୍ଜାମ ଛତ୍ରପୁର ଥାନା ଅଗସ୍ତିନୂଆ ଗାଁ ନିକଟରେ କାରର ବ୍ରେକ ଫେଲ ହୋଇଯାଇଥିଲା। ଫଳରେ କାରଟି ଏକ ଟ୍ରକରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରିଛି। ।

Leave a Reply

Your email address will not be published. Required fields are marked *