ହିଣ୍ଡେନବର୍ଗ ରିପୋର୍ଟର କଡ଼ା ଜବାବ ରଖିଲେ ସେବି ଅଧ୍ୟକ୍ଷ

ସେବିର ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲଙ୍କର ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ବିଦେଶୀ ସଂସ୍ଥାରେ ଅଂଶଧନ ବା ସେୟାର ରହିଛି । ହିଣ୍ଡେନବର୍ଗ ରିସର୍ଚ୍ଚ ଏଭଳି ଅଭିଯୋଗ ଆଣିଛି। ଏହାପରେ ଦମ୍ପତି ସଫେଇ ରଖିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାଣ୍ଠିରେ ୨୦୧୫ରେ ନିବେଶ ହୋଇଥିଲା। ସେତେବେଳେ ସେମାନେ ଉଭୟ ସିଙ୍ଗାପୁରରେ ରହୁଥିଲେ ଏବଂ ସେଠିକାର ନାଗରିକ ଥିଲେ । ମାଧାବୀ ସେବିରେ ଯୋଗ ଦେବାର ପ୍ରାୟ ୨ ବର୍ଷ ପୂର୍ବରୁ ପୂର୍ଣ୍ଣକାଳୀନ ସଦସ୍ୟ ଥିଲେ। ଆଇଆଇଏଫଏଲ ୱେଲ୍ଥ ମ୍ୟାନେଜମେଣ୍ଟ ଫଣ୍ଡରେ ନିବେଶ ହୋଇଥିଲା କାରଣ ମୁଖ୍ୟ ନିବେଶ ଅଧିକାରୀ ଅନୀଲ ଆହୁଜା ସ୍କୁଲ ଓ ଆଇଆଇଟି ଦିଲ୍ଲୀର ଧୱଲଙ୍କ ପିଲାଦିନର ବନ୍ଧୁ । ଭାରତରେ ବିଭିନ୍ନ ପ୍ରକାର ଉଲ୍ଲଂଘନ ପାଇଁ ହିଣ୍ଡେନବର୍ଗକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିବୃତି ଜରିଆରେ କୁହାଯାଇଛି, ଏହା ଦୁର୍ଭାଗ୍ୟଜନକ ଯେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ପରିବର୍ତ୍ତେ ହିଣ୍ଡେନବର୍ଗ ସେବିର ବିଶ୍ୱସନୀୟତା ଏବଂ ସେବିର ଅଧ୍ୟକ୍ଷଙ୍କୁ ସମାଲୋଚନା କରିବାକୁ ପସନ୍ଦ କରୁଛି। ସେବି ଅଧ୍ୟକ୍ଷ ବୁଚ୍ ଆହୁରି କହିଛନ୍ତି, ତାଙ୍କ ସ୍ବାମୀ ଧୱଲ ଘରୋଇ ଇକ୍ୱିଟି କମ୍ପାନୀ ବ୍ଲାକଷ୍ଟୋନର ରିୟଲ ଇଷ୍ଟେଟ ସହିତ ଜଡିତ ନୁହଁନ୍ତି। ସେବିରେ ନିଯୁକ୍ତି ପରେ ମାଧବୀଙ୍କ ପରାମର୍ଶରେ ଚାଲୁଥିବା କମ୍ପାନୀ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା ବୋଲି କୁହାଯାଇଛି । ଏହାପୂର୍ବରୁ ଆଦାନୀ ଗ୍ରୁପ ମଧ୍ୟ ହିଣ୍ଡେନବର୍ଗର ଅଭିଯୋଗକୁ ଭିତ୍ତିହୀନ ବୋଲି କହିସାରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *